ଭାରତର ୫ଟି ସବୁଠୁୁ ବଡ଼ ଏୟାର୍‌ଲାଇନ୍‌ ତାଲିକାରେ ପଛରେ ପଡ଼ିଲା ଏୟାର ଇଣ୍ଡିଆ,ଆଗରେ ଇଣ୍ଡିଗୋ

Advertisment
ଭାରତର ୫ଟି ସବୁଠୁୁ ବଡ଼ ଏୟାର୍‌ଲାଇନ୍‌ ତାଲିକାରେ ପଛରେ ପଡ଼ିଲା ଏୟାର ଇଣ୍ଡିଆ,ଆଗରେ ଇଣ୍ଡିଗୋ

ଭାରତରେ କ୍ରମଶଃ ବଢ଼ିବାରେ ଲାଗିଛି ବିମାନଯାତ୍ରୀଙ୍କ ସଂଖ୍ୟା। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି କି ଭାରତର ପ୍ରଥମ ୫ଟି ଏୟାରଲାଇନ୍‌ ଭିତରେ ଏକ ନମ୍ବର ସ୍ଥାନରେ ଇଣ୍ଡିଗୋ ଥିବା ବେଳେ ତୃତୀୟ ସ୍ଥାନକୁ ଖସି ଯାଇଛି ସରକାରୀ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ। ଏହି ତାଲିକାର ଦ୍ୱିତୀୟ ସ୍ଥାନ ଜେଟ୍‌ ଏୟାରେଓ୍ଵଜ୍‌ ମାଡ଼ି ବସିଥିବା ବେଳେ ସ୍ପାଇସଜେଟ୍‌ ଓ ଗୋଏୟାର ଯଥାକ୍ରାମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

ଇଣ୍ଡିଗୋ: ବର୍ତ୍ତମାନ ସମୟରେ ଯାତ୍ରୀ ସଂଖ୍ୟା ଅନୁଯାୟୀ ଇଣ୍ଡିଗୋ ଭାରତର ସବୁଠାରୁ ବଡ଼ ଏୟାର୍‌ଲାଇନ୍‌। ୨୦୧୮ର ଆକଳନ ଅନୁଯାୟୀ ଇଣ୍ଡିଗୋ ଏୟାର୍‌ଲାଇନର ଭାରତୀୟ ଘରୋଇ ବଜାରରେ ୪୧.୩ ପ୍ରତିଶତ ଭାଗୀଦାରୀ ରହିଛି। ଇଣ୍ଡିଗୋ ଏୟାର୍‌ଲାଇନ୍‌ ନିକଟରେ ବର୍ତ୍ତମାନ ସମୟରେ ପ୍ରାୟ ୧୮୯ଟି ବିମାନ ରହିଛି। ଇଣ୍ଡିଗୋ ଏୟାର୍‌ଲାଇନ୍‌ ନିକଟରେ ସବୁଠାରୁ ଅଧିକ ଉଡ଼ାଜାହାଜ ରହିଥିବାର ମଧ୍ୟ ଆକଳନ କରାଯାଇଛି।

publive-image

ଜେଟ୍‌ ଏୟାର୍‌େଓ୍ଵଜ୍‌: ଯାତ୍ରୀ ଭାର ଅନୁଯାୟୀ ଭାରତରେ ଜେଟ୍‌ ଏୟାର୍‌େଓ୍ଵଜ୍‌ର ସ୍ଥାନ ଦ୍ୱିତୀୟରେ ରହିଛି। ଜେଟ୍‌ ଏୟାର୍‌େଓ୍ଵଜ୍‌ର ଘରୋଇ ବଜାରରେ ୧୭. ୮ ପ୍ରତିଶତର ଭାଗିଦାରୀ ରହିଛି। ଜେଟ୍‌ ଏୟାର୍‌େଓ୍ଵଜ୍‌ ନିକଟରେ ବର୍ତ୍ତମାନ ସମୟରେ ପ୍ରାୟ ୧୨୩ଟି ବିମାନ ରହିଛି।

ଏୟାର୍‌ଇଣ୍ଡିଆ: ଭାରତର ସରକାରୀ ବିମାନ ସଂସ୍ଥା ଏୟାର୍‌ଇଣ୍ଡିଆର ସ୍ଥାନ ତୃତୀୟରେ ରହିଛି। ଭାରତୀୟ ଘରୋଇ ବଜାରରେ ୧୪. ୯ ପ୍ରତିଶତ ଭାଗିଦାରୀ ଏୟାର୍‌ଇଣ୍ଡିଆର ରହିଛି। ଏୟାର୍‌ଇଣ୍ଡିଆର ପ୍ରାୟ ୧୧୮ଟି ବିମାନ ରହିଛି।

publive-image

ସ୍ପାଇସ୍‌ଜେଟ୍‌: ଭାରତୀୟ ବିମାନସଂସ୍ଥା ମଧ୍ୟରେ ସ୍ପାଇସ୍‌ଜେଟ୍‌ର ସ୍ଥାନ ଚତୁର୍ଥ। ଭାରତୀୟ ବଜାରରେ ସ୍ପାଇସ୍‌ଜେଟ୍‌ର ଭାଗିଦାରୀ ୧୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ସମୟରେ ସ୍ପାଇସ୍‌ଜେଟ୍‌ ପାଖରେ ୫୯ଟି ଯାତ୍ରୀବାହୀ ବିମାନ ରହିଛି।

ଗୋଏୟାର୍‌: ଗୋଏୟାର୍‌ ଭାରତର ପଞ୍ଚମ ବୃହତ୍‌ ଏୟାର୍‌ଲାଇନ୍‌ । ୨୦୧୮ର ଆକଳନ ଅନୁଯାୟୀ ଭାରତୀୟ ବିମାନ ଯାତ୍ରୀ ବଜାରରେ ଏହାର ଭାଗିଦାରୀ ୯ ପ୍ରତିଶତ। ଗୋଏୟାର୍‌ର ୪୧ଟି ବିମାନ ବର୍ତ୍ତମାନ ଘରୋଇ ରୁଟରେ ଚଳାଚଳ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe