ଅଗଷ୍ଟରେ ପୁଣି ବଢିଚାଲିଛି ଦେଶର ବେକାରି ହାର : ସିଏମଆଇଇ

Advertisment
ଓଡ଼ିଶାର ବେକାରୀ ହାର ୯.୭%କୁ ବୃଦ୍ଧି, ଫେବ୍ରୁଆରିରେ ଥିଲା ୧%

image credit : forbes

ନୂଆଦିଲ୍ଲୀ : ଜୁନ ଓ ଜୁଲାଇ ମାସରେ ଭାରତର ବେକାରି ହାର ହ୍ରାସ ପାଇବା ପରେ ଅଗଷ୍ଟ ମାସରେ ପୁଣି ଥରେ ବୃଦ୍ଧି ପାଇଛି । ସେଣ୍ଟର ଅଫ ମିନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅଗଷ୍ଟ ୧୬ରେ ସମାପ୍ତ ସପ୍ତାହରେ ଦେଶର ବେକାରି ହାର ୯.୧ ପ୍ରତିଶତକୁ ବୃଦ୍ଧି ପାଇଛି । ସହରାଞ୍ଚଳରେ ବେକାରି ହାର ୯.୬ ପ୍ରତିଶତ ଥିବାବେଳ ଗ୍ରାମାଞ୍ଚଳରେ ଏହା ୮.୮ ପ୍ରତିଶତ ରହିଛି ।
କରୋନା ମୁକାବିଲା ପାଇଁ ଗତ ଏପ୍ରିଲ ଓ ମେ ମାସରେ ଦେଶର ବେକାରି ହାର ରେକର୍ଡ ୨୩ ପ୍ରତିଶତକୁ ଟପିଯାଇଥିଲା । କିନ୍ତୁ ଜୁନ ଓ ଜୁଲାଇ ମାସରେ ଲକଡାଉନ କୋହଳ ହେବା ପରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଏହା ଯୋଗୁଁ ବେକାରି ହାର ହ୍ରାସ ପାଇ ଜୁନରେ ୧୦.୯ ପ୍ରତିଶତ ଓ ଜୁଲାଇରେ ୭.୪ ପ୍ରତିଶତରେ ପହଞ୍ଚିଥିଲା ।

ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଥିଲା ଯେ ଲକଡାଉନ ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ଦେଖାଯାଇଥିବା ଅଚଳାବସ୍ଥା ଯୋଗୁଁ ଭାରତରେ ପ୍ରାୟ ୪୧ ଲକ୍ଷ ଯୁବକଯୁବତୀ ନିଯୁକ୍ତି ହରାଇବେ ।

ସିଏମ୍ଆଇଇ ୨୦୧୬ ପର ଠାରୁ ବେକାରି ହାରକୁ ନେଇ ରିପୋର୍ଟ ପ୍ରକାଶ କରିବା ଆରମ୍ଭ କରିଥିଲା। ସେହିଦିନ ଠାରୁ ଏହାର ରିପୋର୍ଟ ଶ୍ରମ ବଜାର ସ୍ଥିତିକୁ ଉପସ୍ଥାପିତ କରୁଛି। ଶ୍ରମ ଶକ୍ତି କହିଲେ ଏହା ବୁଝିବାକୁ ହେବଯେ ଦେଶରେ କେତେ ଲୋକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି, କେତେ ଲୋକ କାମଧନ୍ଦା ସନ୍ଧାନରେ ଅଛନ୍ତି ଏବଂ କେତେ ଲୋକ ସମ୍ପୂର୍ଣ୍ଣ ବେକାର ଅଛନ୍ତି। ସିଏସ୍ଆଇଇ ବେକାରି ହାରକୁ ନେଇ ସର୍ଭେ କରିବା ବେଳେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଭୌଗୋଳିକ କ୍ଷେତ୍ରର ମାସିକ ୪୩,୬୦୦ ପରିବାରକୁ ବିଚାରକୁ ନେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe