ଇଣ୍ଡିଗୋ ଏୟାରଲାଇନ୍ସର ୪ଦିନିଆ ସ୍ପେଶାଲ ‘ଭେଲେଣ୍ଟାଇନ୍‌ ସେଲ’

Advertisment
ଇଣ୍ଡିଗୋ ଏୟାରଲାଇନ୍ସର ୪ଦିନିଆ ସ୍ପେଶାଲ ‘ଭେଲେଣ୍ଟାଇନ୍‌ ସେଲ’

Business Standard

କୋଲକତା: ମଙ୍ଗଳବାର ବିମାନ ପରିବହନ କମ୍ପାନି ଇଣ୍ଡିଗୋ ଚାରିଦିନିଆ ସ୍ପେଶାଲ ‘ଭେଲେଣ୍ଟାଇନ୍‌ ସେଲ୍‌’ ଘୋଷଣା କରିଛି। ଏହି ସେଲରେ ଯାତ୍ରା ଟିକେଟର ମୂଲ୍ୟ ମାତ୍ର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା କୁହାଯାଉଛି। ଏହି ଟିକେଟରେ ଯାତ୍ରୀ ଦେଶର କୌଣସି ସ୍ଥାନକୁ ବି ଯାତ୍ରା କରି ପାରିବେ। ‘ଭେଲେଣ୍ଟାଇନ୍‌ ସେଲ୍‌’ର ଘୋଷଣା କରି ଆଗୁଆ ସେଲିବ୍ରେସନ୍‌ ଆରମ୍ଭ କରି ଦେଇଥିବା କମ୍ପାନି ପକ୍ଷରୁ ପ୍ରକାଶ।

Image result for indigo-airlines-announce-special sale Navbharat Times

ଫେବ୍ରୁଆରି ୧୧ରୁ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସେଲରେ ୧୦ଲକ୍ଷ ସିଟ ପାଇଁ ଟିକେଟ ବିକ୍ରି କରାଯିବ। ‘ଭେଲେଣ୍ଟାଇନ୍‌ ଡେ’ ସେଲରେ କିଣିଥିବା ଟିକେଟରେ ଯାତ୍ରୀ ୨୦୨୦ ମାର୍ଚ୍ଚ ୧ରୁ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଯାତ୍ରା କରି ପାରିବେ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଇଣ୍ଡିଗୋର ଚିଫ୍‌ କମର୍ସିଆଲ ଅଫିସର ଓ୍ଵିଲିୟମ୍‌ ବାଉଲଟରଙ୍କ କହିବାନୁସାରେ, ଆଜିଠାରୁ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ଥିବା ଏହି ସ୍ପେଶାଲ ସେଲ ଘୋଷଣା କରିବା ପରେ ଆମେ ଖୁସି ଅଛୁ। ଏହି ଅଫର ଘୋଷଣା କରି ‘ଭେଲେଣ୍ଟାଇନ୍‌ ଡେ’ ପୂର୍ବରୁ ଏହାର ସେଲିବ୍ରେସନ୍‌ ଆରମ୍ଭ କରି ଦିଆଯାଇଛି। ଯାତ୍ରୀ କମ୍ପାନିର େଓ୍ଵବସାଇଟରୁ ଟିକେଟ କିଣି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe