indiGo cancels 200 flights: ଇଣ୍ଡିଗୋର ୨୦୦ ଉଡ଼ାଣ ବାତିଲ: ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ହନ୍ତସନ୍ତ, କ୍ଷମା ମାଗିଲା କମ୍ପାନି

ଦେଶର ସବୁଠୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋର ଉଡ଼ାଣ ଗୁରୁତର ପ୍ରଭାବିତ ହେବାରୁ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ମୁମ୍ବାଇଠାରୁ ଆରମ୍ଭ କରି ଦିଲ୍ଲୀ, ବେଙ୍ଗାଲୁରୁ....

IndiGo

IndiGo Photograph: (IndiGo)

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋର ଉଡ଼ାଣ ଗୁରୁତର ପ୍ରଭାବିତ ହେବାରୁ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ମୁମ୍ବାଇଠାରୁ ଆରମ୍ଭ କରି ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ବିଭିନ୍ନ ସହରର ବିମାନବନ୍ଦରରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନକୁ ଅପେକ୍ଷା କରି ନିରାଶ ହୋଇଥିଲେ। ବୁଧବାର ଇଣ୍ଡିଗୋର ୨୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ ହୋଇଥିଲା। ଯାତ୍ରୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ଥିଲା କେହି ତାଙ୍କୁ କ’ଣ ଘଟୁଛି କହୁନଥିଲେ। କିଛି ସୂଚନା ନ ପାଇ ବହୁ ଯାତ୍ରୀ ବିରକ୍ତ ହେବା ଓ ରାଗିବା ସହ ବିମାନବନ୍ଦର ଭିତରେ ଇଣ୍ଡିଗୋ ଷ୍ଟାଫ୍‌ମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ବହୁ ଯାତ୍ରୀ ସୋସିଆଲ ମିଡିଆରେ ନିଜର ବିରକ୍ତି ପ୍ରକାଶ କରି ଇଣ୍ଡିଗୋକୁ କଡ଼ା ସମାଲୋଚନା କରିଥିଲେ। ଏଭଳି ସମସ୍ୟା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁଙ୍କ ପ୍ରତି ବିରକ୍ତି ପ୍ରକାଶ କରିଛନ୍ତି।

India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା

ତେବେ ଏହି ଘଟଣା ପାଇଁ ଇଣ୍ଡିଗୋ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀମାନଙ୍କୁ କ୍ଷମା ମାଗିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସବୁ କିଛି ସ୍ବାଭାବିକ କରିବାକୁ ଉଦ୍ୟମ କରାଯାଉଛି। ଆମକୁ‌ ସେତିକି ସମୟ ଦିଆଯାଉ ବୋଲି ଯାତ୍ରୀମାନଙ୍କୁ କମ୍ପାନି ନିବେଦନ କରି ଏକ ବିଜ୍ଞପ୍ତି ଜାରି କରିଛି। ବିମାନ ଉଡ଼ାଣ ବିଭ୍ରାଟର ମୁଖ୍ୟ କାରଣ ପାଇଲଟ୍‌ ଓ କ୍ରୁ ସଦସ୍ୟଙ୍କ ଅଭାବ ବୋଲି କୁହାଯାଉଛି।  କମ୍ପାନି ଦିଲ୍ଲୀରେ ୩୮ଟି ଓ ମୁମ୍ବାଇରେ ୩୩ଟି ବିମାନର ଉଡ଼ାଣ ବାତିଲ କରିଛି। 

ଜଣେ ଯାତ୍ରୀ ଲେଖିଛନ୍ତି ଯେ ୧୨ ଘଣ୍ଟାରୁ ଅଧିକ ହୋଇଗଲାଣି। ଇଣ୍ଡିଗୋ ଷ୍ଟାଫ୍‌ମାନେ ମିଛ କହୁଛନ୍ତି। ମୋ ବିମାନ ୭ ଘଣ୍ଟା ବିଳମ୍ବ ହେଲାଣି। ଆଉ କେବେ ଇଣ୍ଡିଗୋରେ ଯାତ୍ରା କରିବିନି। ହାଇଦ୍ରାବାଦ ବିମାନବନ୍ଦରରେ ମଧ୍ୟ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଇଣ୍ଡିଗୋ ବିମାନର ଉଡ଼ାଣ ୪ ଘଣ୍ଟା ବିଳମ୍ବ ହେବା ପରେ କିଛି ଶ୍ରଦ୍ଧାଳୁ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିଲେ। ଗତ ନଭେମ୍ବରରେ ଲାଗୁ ହୋଇଥିବା ବିମାନ ଡ୍ୟୁଟି ସମୟ ସୀମା (ଏଫ୍‌ଡିଟିଏଲ୍‌) ପାଇଁ ଇଣ୍ଡିଗୋର ଉଡ଼ାଣ ପ୍ରଭାବିତ ହୋଇଥିବା କୁହାଯାଉଛି। ଏହି ନିୟମ ପାଇଁ ପାଇଲଟ୍‌ ରୋଷ୍ଟର୍‌କୁ ବଦଳାଇବାକୁ ପଡ଼ିଛି। ନୂଆ ରୋଷ୍ଟର୍‌ ପ୍ରସ୍ତୁତ କରିବେ ବେଳେ ମାନବ ସମ୍ବଳ ଅଭାବ ଦେଖାଦେଉଛି। ଶୀତଦିନେ ଅଧିକ ଲୋକ ବିମାନରେ ଯାତ୍ରା କରିଥାନ୍ତି। ସେଥିପାଇଁ ଏୟାରଲାଇନ୍ସ ଷ୍ଟାଫ୍‌ମାନଙ୍କ ଉପରେ ଚାପ ରହିଥାଏ।

Indigo Airlines: ବିମାନସେବା ପ୍ରଭାବିତ; ବିମାନବନ୍ଦରରେ ଫସି ରହିଛନ୍ତି ୧୦୦୦ରୁ ଅଧିକ ଯାତ୍ରୀ

ଏବେ ଦେଖାଦେଇଥିବା ସମସ୍ୟା ପାଇଁ ବୈଷୟିକ ତ୍ରୁଟିର ମଧ୍ୟ ଭୂମିକା ଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟାରେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ଗତକାଲି କମ୍ପାନିର ଅନ୍‌ଟାଇମ୍ ପ୍ରଦର୍ଶନ ୩୫ ପ୍ରତିଶତ ଥିଲା। କମ୍ପାନି ଦିନକୁ ୨୨୦୦ ବିମାନ ଉଡ଼ାଣ କରିଥାଏ। ଗତକାଲି ଏହାର ୧୪୦୦ରୁ ଅଧିକ ବିମାନର ଉଡ଼ାଣ ବିଳମ୍ବିତ ହୋଇଥିଲା। ଆଜି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଉଡ଼ାଣ ଅଧିକ ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe