www.indiatoday.in
ମୁମ୍ବାଇ: ନିକଟରେ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନରେ ଯାତ୍ରା କରିବା ପରେ ତାଙ୍କ ପ୍ରାଇସ୍ ସମରିର ଏକ ସ୍କ୍ରିନ୍ସଟ୍ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ସୋସିଆଲ୍ ମିଡିଆର ସେହି ପୋଷ୍ଟ୍ଟି ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ସ୍କ୍ରିନ୍ସଟ୍କୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଯାତ୍ରୀ ଜଣକ ସେୟାର କରିଥିବା ପ୍ରାଇସ୍ ସମରିରେ ବିଭିନ୍ନ ପ୍ରକାରର ଫି ରହିଛି। ସମରିରେ ଏୟାର୍ ଫେୟାର୍ ଚାର୍ଜ ବାବଦରେ ୧୭,୨୨୦ ଟଙ୍କା ରହିଥିବା ବେଳେ ସିଟ୍ ଫି ବାବଦରେ ୧,୦୦୦ ଟଙ୍କା ଉଲ୍ଲେଖ କରାଯାଇଛି। ସେହିପରି କନ୍ଭେନିୟନ୍ସ ଫି ୭୦୦, ଏୟାର୍ପୋର୍ଟ ସିକ୍ୟୁରିଟି ଫି ୪୭୨, ୟୁଜର୍ ଡେଭ୍ଲପମେଣ୍ଟ୍ ଫି ୩୫୪ ରହିଛି। ମାତ୍ର ସବୁଠାରୁ ମଜାଦାର ଫି ରହିଛି ‘କ୍ୟୁଟ୍ ଫି’। ଏହି ଫି ବାବଦରେ ସମରିରେ ୧୦୦ ଟଙ୍କା ଉଲ୍ଲେଖ ଅଛି।
ତେବେ ଯାତ୍ରୀ ଜଣକ ସମରିର ସ୍କ୍ରିନ୍ସଟ୍ ସେୟାର କରିଥିବା ବେଳେ ଏହି ‘କ୍ୟୁଟ୍ ଫି’କୁ ନେଇ ଏକ ମଜାଦାର୍ ପୋଷ୍ଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଜାଣିଛି ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୁଁ କ୍ୟୁଟ୍(କୌତୂକିଆ) ଦିଶୁଛି। ମାତ୍ର ଜାଣିନଥିଲି କି ଇଣ୍ଡିଗୋ ସେଥିପାଇଁ ମୋ ଉପରେ ଚାର୍ଜ ପକାଇବ।’
ଏହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ମଜାଦାର୍ କମେଣ୍ଟ୍ ସବୁ ଦେଖିବାକୁ ମିଳିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ‘କ୍ୟୁଟ୍’ର ଫୁଲ୍ଫର୍ମ ହେଉଛି ‘କମନ୍ ଇଉଜର୍ ଟର୍ମିନାଲ୍ ଇକ୍ୟୁପ୍ମେଣ୍ଟ୍ସ’। ଏହାକୁ କ୍ୟାପିଟାଲ୍ ଲେଟର୍ରେ ଲେଖା ଯାଇଥିଲେ ହୁଏତ ଏହି ଦ୍ବନ୍ଦ୍ବ ଉପୁଜିନଥାନ୍ତା।
Follow Us