ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖାଦେଇଥିବା ସମସ୍ୟାର ସମାଧାନ ଆଜି ଷଷ୍ଠ ଦିନରେ ମଧ୍ୟ ହୋଇପାରି ନାହିଁ। ରବିବାର ଦେଶରେ ଇଣ୍ଡିଗୋ ୬୫୦ଟି ବିମାନର ଉଡ଼ାଣ ବାତିଲ କରିଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ସବୁକିଛି ସ୍ବାଭାବିକ ହୋଇଯିବ ବୋଲି କମ୍ପାନି କହିଛି। ସୂଚନା ଅନୁଯାୟୀ, ଇଣ୍ଡିଗୋ ଦିନକୁ ପ୍ରାୟ ୨୩୦୦ ବିମାନର ଉଡ଼ାଣ ଭରିଥାଏ। କିନ୍ତୁ ରବିବାର ୧୬୫୦ଟି ବିମାନର ଉଡ଼ାଣ ହୋଇଛି। ହାଇଦ୍ରାବାଦ ବିମାନବନ୍ଦରରେ ଆଜି ୧୧୫ଟି ବିମାନ ବାତିଲ ହୋଇଥିବାବେଳେ ମୁମ୍ବାଇରେ ୧୧୨ଟି, ଦିଲ୍ଲୀରେ ୧୦୯ଟି, ଚେନ୍ନାଇରେ ୩୮ଟି ଏବଂ ଅମୃତସରରେ ୧୧ଟି ବିମାନ ଉଡ଼ାଣ ବାତିଲ ହୋଇଛି। ଗତ ମଙ୍ଗଳବାରଠାରୁ ଇଣ୍ଡିଗୋ ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛି। ଏଥିସହିତ ବହୁସଂଖ୍ୟକ ବିମାନର ଉଡ଼ାଣ ବିଳମ୍ବ କାରଣରୁ ଦେଶର ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଦୀର୍ଘସମୟ ଧରି ଅଟକି ରହିଛନ୍ତି।
Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ
ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖାଦେଇଥିବା ସମସ୍ୟା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କମ୍ପାନିର ସିଇଓ ପିଟର ଏଲବର୍ସଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ ଜାରି କରି ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଥିଲା। ସେହିଭଳି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯାତ୍ରୀମାନଙ୍କ ଟିକଟ ବାବଦ ଅର୍ଥ ରବିବାର ରାତି ୮ଟା ସୁଦ୍ଧା ଫେରାଇବାକୁ ନିେର୍ଦ୍ଦଶ ଦେଇଥିଲା। ଉଡ଼ାଣ ବାତିଲ ପରେ ଅନ୍ୟ ଏୟାରଲାଇନ୍ସଗୁଡ଼ିକ ଭଡ଼ାରେ ମାତ୍ରାଧିକ ବୃଦ୍ଧି କରିଥିଲେ। ଏହାକୁ ଦେଖି ସରକାର ବିମାନ ଭଡ଼ାର ସର୍ବୋଚ୍ଚ ସୀମା ମଧ୍ୟ ଲାଗୁ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ଇଣ୍ଡିଗୋ ୬୧୦ କୋଟି ଟଙ୍କା ଯାତ୍ରୀଙ୍କୁ ଟିକଟ ରାଶି ବାବଦରେ ଫେରାଇଛି। ଏଥିସହିତ ୩ ହଜାର ଲଗେଜ୍ ହସ୍ତାନ୍ତର କରିଛି େବାଲି ସୂଚନା ମିଳିଛି।
Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/06/indigo-2025-12-06-09-17-09.jpg)