indomach Expo
ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡା ପଡିଆଠାରେ ନଭେମ୍ବର ୭ରୁ ୯ ତାରିଖ, ୨୦୨୫ ପର୍ଯ୍ୟନ୍ତ ଏକ ତିନି ଦିନିଆ ମେଗା ଶିଳ୍ପ ପ୍ରଦର୍ଶନୀ ଇଣ୍ଡୋମାକ୍ ୨୦୨୫ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀକୁ ଓଡିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସଏସଆଇଏ) ସହ ସହଭାଗିତାରେ ଇଣ୍ଡୋମାକ୍ ବିଜନେସ ସଲ୍ୟୁସନ୍ସ ଦ୍ୱାରା ଆୟୋଜନ କରାଯାଇଛି ।
ଏହି ବି୨ବି ଇଣ୍ଡଷ୍ଟ୍ରିଆଲ ମେଶିନେରୀ ଓ ଇଞ୍ଜିନିୟରିଂ ଏକ୍ସପୋ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଏକତ୍ରିକରଣ ହେବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହି ପ୍ରଦର୍ଶନୀରେ ଦେଶବ୍ୟାପୀ ୧୫୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ଯିଏକି ଏକାଧିକ ଶିଳ୍ପ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି । ଭୁବନେଶ୍ୱର, କଟକ, ରାଉରକେଲା, ଝାରସୁଗୁଡା, ଅନୁଗୁଳ ଏବଂ ପୂର୍ବ ଭାରତ ଭଳି ପ୍ରମୁଖ ଶିଳ୍ପ କେନ୍ଦ୍ରଗୁଡିକରୁ ୧୫୦୦୦ରୁ ଅଧିକ ବ୍ୟବସାୟିକ ପରିଦର୍ଶକ ଏହି ପ୍ରଦର୍ଶନୀରେ ଯୋଗ ଦେବେ ବୋଲି ଆଶା କରାଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମ ଅଂଚଳରେ ସାର୍ଥକ ବ୍ୟବସାୟିକ ସଂଯୋଗ ବିକଶିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଛି ।
Follow Us