ଶିଳ୍ପ ଉତ୍ପାଦନରେ ସୁଧାର ସଙ୍କେତ

Advertisment
ସମସ୍ୟା ଜର୍ଜ୍ଜରିତ ଜଗତପୁର ଶିଳ୍ପାଞ୍ଚଳ: ଦୁଃଖ ବଢ଼ାଉଛି ଇଡ୍‌କୋ; ଟଙ୍କା ନେଉଛି, ସମସ୍ୟା ପ୍ରତି ଆଖି ବୁଜିଦେଇଛି

ନୂଆଦିଲ୍ଲୀ: ଦେଶରେ ସ୍ଥାପନ କରାଯାଇଥିବା ଶିଳ୍ପ କାରଖାନାଗୁଡ଼ିକରେ ଉତ୍ପାଦନ ବଢ଼ିବା ଆରମ୍ଭ ହୋଇଛି। ନଭେମ୍ବର ମାସରେ ଦେଶର ଆଠଟି ପ୍ରମୁଖ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାର ୬.୮% ହୋଇଛି। ବିଗତ ୧୩ ମାସ ଭିତରେ ଶିଳ୍ପ ଉତ୍ପାଦନରେ ଏହା ସର୍ବୋଚ୍ଚ ସ୍ତର। ସିମେଣ୍ଟ୍‌ ଓ ଇସ୍ପାତ ଉତ୍ପାଦନରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଛି। ବିଶୋଧନାଗାରଗୁଡ଼ିକରେ ଉତ୍ପାଦନ ମଧ୍ୟ ବଢ଼ିଛି।
ଦେଶର ମୋଟ କାରଖାନା ଉତ୍ପାଦନ ପ୍ରତି ଏହି ଆଠଟି କ୍ଷେତ୍ରର ଅଂଶଦାନ ୪୦%। ତେଣୁ ଏହି କ୍ଷେତ୍ରଗୁଡ଼ିକ ଆଧାର ସମଗ୍ର ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଆକଳନ କରାଯାଉଛି। ସେହି ଆଠଟି କ୍ଷେତ୍ର ହେଉଛି କୋଇଲା, ଅଶୋଧିତ ତୈଳ, ପ୍ରାକୃତି ଗ୍ୟାସ୍‌, ବିଶୋଧିତ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ୍‌ ଏବଂ ବିଦ୍ୟୁତ। ନଭେମ୍ବର ଶିଳ୍ପ ଉତ୍ପାଦନରେ ହୋଇଥିବା ବୃଦ୍ଧିକୁ ବଜାର ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ସୁଧାର ପ୍ରକ୍ରିୟା ଆରମ୍ଭ ହେବାର ସଙ୍କେତ ଭାବେ ବିଚାର କରୁଛନ୍ତି। ନଭେମ୍ବରରେ ସିମେଣ୍ଟ୍‌ ଉତ୍ପାଦନ ଦୁଇ ଗୁଣ ବଢ଼ିଛି। ଇସ୍ପାତ ଉତ୍ପାଦନରେ ୧୬.୬% ବୃଦ୍ଧି ହୋଇଛି ଯାହା ଅକ୍ଟୋବରର ୮.୪% ଅଭିବୃଦ୍ଧିର ପାଖାପାଖି ଦୁଇ ଗୁଣ ସହ ସମାନ। ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନରେ ୮.୨% ଲେଖାଏଁ ବୃଦ୍ଧି ହୋଇଛି। ସାର ଉତ୍ପାଦନରେ ୦.୩% ବୃଦ୍ଧି ହୋଇଛି। କୋଇଲା ଉତ୍ପାଦନ କମିଥିବା ବେଳେ ବିଦ୍ୟୁତ ଉତ୍ପାଦନ ସ୍ଥିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe