ସୁଧ ଛାଡ଼ ଅପେକ୍ଷା‌ରେ ଶିଳ୍ପ ଜଗତ

ସୁଧ ଛାଡ଼ ଅପେକ୍ଷା‌ରେ ଶିଳ୍ପ ଜଗତ

Image Courtesy: Deccan Herald

ମହାମାରୀ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା ହେବା ପରେ ଋଣ ନେଇଥିବା ଗ୍ରାହକମାନେ କିସ୍ତି ଶୁଝିପାରି ନଥିଲେ। ଗ୍ରାହକମାନଙ୍କ ସମସ୍ୟାକୁ ବିଚାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଛଅ ମାସ ପାଇଁ ମୋରାଟୋରିଅମ୍ ଘୋଷଣା କରାଯାଇଥିଲା। ଯେଉଁ ଗ୍ରାହକମାନେ ଏହି ସୁବିଧାର ଲାଭ ଉଠାଇଛନ୍ତି ସେମାନଙ୍କୁ ଚକ୍ରବୃଦ୍ଧି ସୁଧ ବା ସୁଧ ଉପରେ ସୁଧ ଗଣିବାକୁ ପଡ଼ିବ ବୋଲି ସରକାର ସ୍ପଷ୍ଟ କରିବା ପରେ ତାହାକୁ ବିରୋଧ କରି ବିଭିନ୍ନ କୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମ୍‌ କୋର୍ଟରେ ଅନେକ ପକ୍ଷ ପହଞ୍ଚି ଆଶ୍ବସ୍ତି ଲୋଡ଼ିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ୨ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ନେଇଥିବା ଗ୍ରାହକଙ୍କ ଚକ୍ରବୃଦ୍ଧି ସୁଧ ଛାଡ଼ ହୋଇଛି।

ଏବେ ବି ରିଅଲ ଇଷ୍ଟେଟ୍‌ ଭଳି ଅନେକ ଶିଳ୍ପ କ୍ଷେତ୍ର ମୋରାଟୋରିଅମ୍ ସମୟର ସୁଧ ଛାଡ଼ ସୁବିଧା ପାଇବାକୁ ଅପେକ୍ଷା କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ। ତେଣୁ ଶିଳ୍ପ କ୍ଷେତ୍ର ଆଶ୍ବସ୍ତି ପାଇବା ଲାଗି ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ବ୍ୟାଙ୍କ ଶିଳ୍ପ ପାଇଁ ୨୦୨୦ ଅତ୍ୟନ୍ତ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ବ୍ୟବସାୟ ପରିଚାଳନାରେ ବିଫଳ ହୋଇ ଦୁଇଟି ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍‌ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଓ ପିଏମ୍‌ସି ବ୍ୟାଙ୍କ ଘୋର ଆର୍ଥିକ ସଙ୍କଟରେ ଫସିଯାଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ୟେସ୍ ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଉଦ୍ଧାର କରାଯାଇଛି। ତେବେ ସିଙ୍ଗାପୁରର ଡିବିଏସ୍‌ ବ୍ୟାଙ୍କ ଜରିଆରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଉଦ୍ଧାର କରାଯିବା ପରେ ତାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ବର୍ଷ ଶେଷ ଆଡ଼କୁ ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କମିଟି କର୍ପୋରେଟ୍‌ ସଂସ୍ଥାକୁ ବ୍ୟାଙ୍କ ଲାଇସେନ୍ସ ଦେବା ଲାଗି ସୁପାରିସ୍‌ କରିବା ପରେ ତାହାକୁ ଘୋର ବିରୋଧ କରାଯାଇଛି। ସେହି ସୁପାରିସ୍‌ ଉପରେ ଅବଶ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe