କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍କୁ ଦେଶର ବୃହତ୍ ଶିଳ୍ପ ଗୋଷ୍ଠୀଗୁଡ଼ିକ ଏକ ଦୂରଦୃଷ୍ଟି ସମ୍ପନ୍ନ ବଜେଟ ଭାବେ ଅଭିହିତ କରିଛନ୍ତି। ରିଅଲ୍ ଇଷ୍ଟେଟ୍, ଅର୍ଥ, ଉତ୍ପାଦନ ଓ ପୁଞ୍ଜି ବଜାରର ଶିଳ୍ପପତିମାନେ ବଜେଟକୁ ଭାରତର ବିକାଶ ଗତିକୁ ତ୍ୱରାନ୍ୱିତ କରିବାରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ସେମାନେ ଏହାକୁ ଅଭିବୃଦ୍ଧିଭିତ୍ତିକ, ଜନକୈନ୍ଦ୍ରିକ ଓ ଦୀର୍ଘକାଳୀନ ଅର୍ଥନୈତିକ ସ୍ଥିରତାକୁ ସମର୍ଥନ କରୁଥିବା ସର୍ବୋତ୍ତମ ବଜେଟ୍ ବୋଲି କହିଛନ୍ତି, ଯାହା ଭିତ୍ତିଭୂମି, ଏମ୍ଏସ୍ଏମ୍ଇ ଓ ସମାବେଶୀ ଅଭିବୃଦ୍ଧି ପାଇଁ ଦୃଢ ପ୍ରୋତ୍ସାହନ ଦେଉଛି।
Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ
ମହିନ୍ଦ୍ରା ଗ୍ରୁପ୍, ଟାଟା ଗ୍ରୁପ୍: ମହିନ୍ଦ୍ରା ଗ୍ରୁପର ସିଇଓ ଅନୀଶ ଶାହ ଏହି ବଜେଟକୁ ‘ଅତି ଉତ୍ତମ’ ବୋଲି ବର୍ଣ୍ଣନା କରିଛନ୍ତି। ବିଶେଷ କରି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି। ସେହିପରି ଟାଟା ଗ୍ରୁପର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଏହି ବଜେଟ୍ ଉନ୍ନତ ବିନିର୍ମାଣ ଏବଂ ସେମିକଣ୍ଡକ୍ଟର ମିସନ ୨.୦ କୁ ସହାୟକ ହେବ।
ଆଦାନୀ, ରିଲାଏନ୍ସ: ଏହି ବଜେଟରେ ବ୍ୟାଟେରୀ ଷ୍ଟୋରେଜ୍ ଏବଂ ଡାଟା ସେଣ୍ଟର ପାଇଁ ଟ୍ୟାକ୍ସ ରିହାତି ଦିଆଯାଇଥିବା ବେଳେ ୧୨.୨ ଟ୍ରିଲିୟନ ଟଙ୍କାର କ୍ୟାପେକ୍ସ ( ନିବେଶ ଘୋଷଣା କରାଯାଇଛି। ଅନ୍ୟପଟେ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ କାର୍ବନ କ୍ୟାପଚର (CCUS) ପାଇଁ ହୋଇଥିବା ୨୦,୦୦୦ କୋଟିର ଆବଣ୍ଟନ ଏକ ବଡ଼ ବିଜୟ ଭାବେ ଦେଖାଯାଉଛି। ଏହି ଘୋଷଣାକୁ ଆଦାଦୀ ଗ୍ରୁପ୍ ଓ ରିଲାଏନ୍ସ ଗ୍ରୁପ୍ ଜୋର୍ଦାର ସ୍ବାଗତ କରିଛନ୍ତି।
ନାରେଡକୋର ଅଧ୍ୟକ୍ଷ ପରବୀଣ ଜୈନ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟକୁ ୧୧.୨ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ପାଞ୍ଚ ଲକ୍ଷରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସହରାଞ୍ଚଳ ବିକାଶ ଦିଗରେ ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ଏହା ଟାୟାର-୨ ଓ ଟାୟାର-୩ ସହରରେ ରିଅଲ ଇଷ୍ଟେଟ୍ କାର୍ଯ୍ୟକଳାପ ପାଇଁ ଏକ ଶକ୍ତିଶାଳୀ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିବ ଏବଂ ସହରୀକରଣକୁ ତ୍ୱରାନ୍ୱିତ କରିବ।
ପିବି ଫିନ୍ଟେକ୍ର ଯୁଗ୍ମ ଗ୍ରୁପ୍ ସିଇଓ ସର୍ବବୀର ସିଂହ: ଏହି ବଜେଟ୍ ଏକ ପ୍ରକୃତ ‘ଆମ୍ ଆଦମୀ କା’ ବଜେଟ୍। ଭାରତରେ ଉତ୍ପାଦନ ଦିଗରେ ଦୃଢ ପଦକ୍ଷେପ ବଜେଟ୍ର ଅଭିବୃଦ୍ଧି ରଣନୀତିକୁ ସମର୍ଥନ କରେ। ଏହା ନିଯୁକ୍ତି ସୃଷ୍ଟି, ଯୋଗାଣ ଶୃଙ୍ଖଳା ସ୍ଥିରତା ଓ ରପ୍ତାନିରେ ଏହାର ଭୂମିକାକୁ ସ୍ୱୀକୃତି ଦେଇଥାଏ। ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ଦ୍ୱାରା ଦିଆଯାଇଥିବା ସୁଧକୁ ଆୟକରରୁ ମୁକ୍ତ କରିବା, ଦୁର୍ଘଟଣାପୀଡିତ ଓ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ କ୍ଷତିପୂରଣ ସମ୍ପୂର୍ଣ୍ଣ ପ୍ରଦାନ କରିବା ଭଳି ପିପୁଲ-ଫାଷ୍ଟ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।
Tusara Festival: କାଲିଠୁ ଆରମ୍ଭ ହେବ ‘ତୁଷାର’ ୨୦୨୬
ୟୁଧା ସିଇଓ ଆୟୁଷ ଲୋହିଆ: ବଜେଟ୍ ୨୦୨୬ ଭାରତର ଇଭି ଓ ସ୍ୱଚ୍ଛ ମୋବିଲିଟି ଇକୋସିଷ୍ଟମ୍କୁ ଏକ ଦୃଢ ଓ ସମୟୋଚିତ ସଙ୍କେତ ପଠାଉଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାଇଁ ପ୍ରୋତ୍ସାହନ ସହିତ କ୍ୟାପିଟାଲ ଗୁଡ୍ସ ଓ ଲିଥିୟମ-ଆୟନ ସେଲ ଉପାଦାନ ଉପରେ ସୀମା ଶୁଳ୍କ ଛାଡ ଜାରି ରହିବା ଦ୍ୱାରା ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ଏବଂ ଘରୋଇ ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବ। ଏହି ପଦକ୍ଷେପ ବ୍ୟାଟେରି ଉତ୍ପାଦନକୁ ତ୍ୱରାନ୍ୱିତ କରିବା ସହ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବ ଏବଂ ଉନ୍ନତ ବ୍ୟାଟେରୀ ଓ ଇଭି ଉତ୍ପାଦନ ପାଇଁ ଏକ ଆତ୍ମର୍ନିଭରଶୀଳ ହବ୍ ଭାବରେ ଉଭା ହେବା ପାଇଁ ଭାରତର ମହତ୍ତ୍ୱାକାଂକ୍ଷାକୁ ଦୃଢ କରିବ।
ପଲିସିବଜାର ଫର୍ ବିଜନେସର ନିର୍ଦ୍ଦେଶକ ସଜ୍ଜା ପ୍ରବୀଣ ଚୌଧୁରୀ: ପ୍ରସ୍ତାବିତ ୧୦,୦୦୦ କୋଟି ଟଙ୍କାର ଏସ୍ଏମ୍ଇ ଅଭିବୃଦ୍ଧି ପାଣ୍ଠି ଅଭିବୃଦ୍ଧି ପର୍ଯ୍ୟାୟ ଏମ୍ଏସ୍ଏମ୍ଇ ପାଇଁ ଇକ୍ୱିଟି ପାଣ୍ଠିର ଦୀର୍ଘ ଦିନର ଆହ୍ବାନର ସମାଧାନ କରିବ। କ୍ଷୁଦ୍ରତମ ଉଦ୍ୟୋଗୀଙ୍କୁ ବଞ୍ଚାଇ ରଖିବା ପାଇଁ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଟପ୍ଅପ୍ ୨,୦୦୦ କୋଟି ଟଙ୍କା ମିଳିବ।
ଲୋହିଆ ୱାର୍ଲ୍ଡସ୍ପେସର ନିର୍ଦ୍ଦେଶକ ପୀୟୁଷ ଲୋହିଆ: ବଜେଟ୍ ରିଅଲ୍ ଇଷ୍ଟେଟ୍ ଓ ଭିତ୍ତିଭୂମି ପାଇଁ ଏକ ସକରାତ୍ମକ ସଙ୍କେତ ପଠାଇଛି। କେନ୍ଦ୍ର ବଜେଟ୍ ୨୦୨୬ ଏବଂ ଭିତ୍ତିଭୂମି ପାଇଁ ଏହାର ଯୋଜନା ଲୋକଙ୍କୁ ଘର କିଣିବା ବିଷୟରେ ଆତ୍ମବିଶ୍ୱାସୀ ଅନୁଭବ କରାଇବ। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗର ମାଲିକାନାରେ ଥିବା ଜମି ପାଇଁ ଆର୍ଇଆଇଟି ନାମକ କମ୍ପାନି ସୃଷ୍ଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସଠିକ୍ ଭାବରେ ବ୍ୟବହୃତ ହେଉ ନ ଥିବା ଜମିକୁ ବ୍ୟବହାର କରିବାରେ ସାହାଯ୍ୟ କରିବ ଏବଂ ଏହା ବାଣିଜ୍ୟିକ ରିଅଲ୍ ଇଷ୍ଟେଟ୍ ବଜାରକୁ ମଧ୍ୟ ଶକ୍ତିଶାଳୀ କରିବ।
ଜେଏଲ୍ଏଲ୍ର ମୁଖ୍ୟ ଅର୍ଥନୀତିଜ୍ଞ ତଥା ଭାରତର ଗବେଷଣା ଓ ଆର୍ଇଆଇଏସ୍ ମୁଖ୍ୟ ସମନ୍ତକ ଦାସ: ଅଭିବୃଦ୍ଧି କ୍ଷେତ୍ର, ଭିତ୍ତିଭୂମି ଓ ସେବା ଉପରେ ବଜେଟ୍ରେ ତ୍ରିମୁଖୀ ଧ୍ୟାନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ସ୍ପଷ୍ଟ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିଛି। ବାୟୋଫାର୍ମା ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବିରଳ ମୃତ୍ତିକା ଖଣି, ଶିକ୍ଷା ଟାଉନସିପ୍ ଓ ମେଡିକାଲ୍ ଭାଲ୍ୟୁ ଟୁରିଜିମ୍ ହବ୍ ପ୍ରତିଷ୍ଠା ପାଇଁ ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ଗୁରୁତ୍ବପୂର୍ଣ୍ଣ। ଏହା ବ୍ୟତୀତ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ବୃଦ୍ଧି ପାଇବା ନିଯୁକ୍ତି ଓ ରାଜସ୍ୱ ସୃଷ୍ଟି କରିବ ଏବଂ ବିଦେଶୀ ଡାଟା ସେଣ୍ଟର ସେବା ପ୍ରଦାନକାରୀଙ୍କ ପାଇଁ ଟିକସ ଛାଡି ଭାରତକୁ ଡାଟା ସେଣ୍ଟର ପାଇଁ ଏକ ବିଶ୍ୱସ୍ତରୀୟ ହବ୍ କରିବାକୁ ସ୍ଥିର ହୋଇଛି। ବ୍ରିକୱାର୍କ ରେଟିଂସର ସିଇଓ ମନୁ ସେହଗଲ: ବୃହତ୍ ମ୍ୟୁନିସିପାଲିଟି ବଣ୍ଡ୍ ଜାରି ପାଇଁ ପ୍ରୋତ୍ସାହନ ସହରାଞ୍ଚଳ ଭିତ୍ତିଭୂମି ଆର୍ଥିକ ସହାୟତାକୁ ମଜବୁତ କରିବ।
Follow Us