ଘରେ ମିଳିବ ପେଟ୍ରୋଲ୍‌,ସିଏନ୍‌ଜି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

Advertisment

ସରକାର ଚଳାଇଛନ୍ତି ଯୋଜନା, ଏବେ ସୀମିତ ସହରରେ ମିଳୁଛି ଡିଜେଲ

ସରକାର ଚଳାଇଛନ୍ତି ଯୋଜନା, ଏବେ ସୀମିତ ସହରରେ ମିଳୁଛି ଡିଜେଲ

ତେଲଦରକୁ ନେଇ ଅକଳରେ କେନ୍ଦ୍ର ସରକାର

Hindustan Times Auto News

ନୂଆଦିଲ୍ଲୀ: ଡିଜେଲ ପରେ ଲୋକଙ୍କ ଘରେ ଏବେ ସିଧାସଳଖ ପେଟ୍ରୋଲ ଓ ସିଏନ୍‌ଜି ପହଞ୍ଚାଇବା ଯୋଜନା ସରକାର ରଖିଛନ୍ତି। ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏଭଳି ଯୋଜନା କରୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହିତ ସରକାର ବିଭିନ୍ନ ପ୍ରକାର ପେଟ୍ରୋଲିୟମ ଇନ୍ଧନର ଖୁଚୁରା ବିକ୍ରିର ନୂଆ ମଡେଲ ବିକାଶ ଉପରେ କାର୍ଯ୍ୟ କରୁଛନ୍ତି। ନୂଆ ମଡେଲ ଅନୁଯାୟୀ, ଆଗାମୀ ଦିନରେ ଗୋଟିଏ ସ୍ଥାନରେ ପେଟ୍ରୋଲ, ଡିଜେଲ, ସିଏନ୍‌ଜି, ଏଲ୍‌ଏନ୍‌ଜି ଓ ଏଲ୍‌ପିଜି ଉପଲବ୍ଧ କରାଇବା ଯୋଜନା ରହିଛି। ଏବେ ଅଧିକାଂଶ ପେଟ୍ରୋଲ ‌‌ପମ୍ପରେ ପେଟ୍ରୋଲ ଓ ଡିଜେଲ ମିଳୁଥିବାବେଳେ ସିଏନଜି, ଏଲପିଜି ଓ ଏଲଏନଜି ପାଇଁ ଗ୍ରାହକଙ୍କୁ ଅଲଗା ଅଲଗା ଷ୍ଟେସନକୁ ଯିବାକୁ ପଡ଼ୁଛି। ବିଶ୍ବର ତୃତୀୟ ବୃହତ୍ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାରକାରୀ ରାଷ୍ଟ୍ର ଭାରତରେ ୨୦୧୮ରୁ ଲୋକଙ୍କୁ ଘରେ ଡିଜେଲ ପହଞ୍ଚାଇ ଆସୁଛନ୍ତି। ତେବେ ଦେଶର ଅଳ୍ପ କେତେକ ସହରରେ ଏହି ବିକ୍ରି ଏବେ ସୀମିତ ରହିଛି।

ପେଟ୍ରୋଲ ଓ ସିଏନ୍‌ଜି ଅତ୍ୟନ୍ତ ଦହନଶୀଳ ଉତ୍ପାଦ। ତେଣୁ ଏଭଳି ଦହନଶୀଳ ଉତ୍ପାଦକୁ କିଭଳି ନିରାପଦ ଭାବେ ନିଆଯାଇ ଗ୍ରାହକଙ୍କ ନିକଟରେ ପହଞ୍ଚାଯିବ ତାହା ଉପରେ ବିଚାରବିମର୍ଶ ଚାଲିଛି। ଏହି ମଡେଲ୍‌ର ଆରମ୍ଭ ନିମନ୍ତେ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଅନୁମତି ମଧ୍ୟ ଆବଶ୍ୟକ। ଦେଶର ୧୧ଟି ରାଜ୍ୟରେ ୫୬ଟି ସିଏନଜି ଷ୍ଟେସନ ଉଦ୍‌ଘାଟନ କରିବା ବେଳେ ଉଦ୍‌ବୋଧନ ଦେଇ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ଗ୍ରାହକମାନେ ଭବିଷ୍ୟତରେ ପେଟ୍ରୋଲିୟମ ଉତ୍ପାଦ ସେମାନଙ୍କ ଘରେ ପାଇପାରିବେ ବୋଲି କହିଛନ୍ତି। ସରକାର ଏଥିପାଇଁ ଏକ ଶକ୍ତି ସାଶ୍ରୟକାରୀ, ସୁଲଭ, ନିରାପଦ ଏବଂ ପହଞ୍ଚ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ପେଟ୍ରୋଲିୟମ ଉତ୍ପାଦ ଯଥା ପେଟ୍ରୋଲ, ଡିଜେଲ, ସିଏନଜି, ଏଲଏନଜି ଓ ଏଲପିଜି ପାଇବା ପାଇଁ ଗୋଟିଏ ସ୍ଥାନକୁ ଯିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ଅଟୋମୋବାଇଲ ଗୁଡ଼ିକୁ ସିଏନଜି ଏବଂ ଲୋକଙ୍କୁ ରୋଷେଇ ଘରେ ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ଖୁବଶୀଘ୍ର ଦେଶର ୭୨ ପ୍ରତିଶତ ଲୋକଙ୍କ ନିକଟରେ ପହଞ୍ଚିବ। ଦେଶର ଯେଉଁ ୧୧ଟି ରାଜ୍ୟରେ ୫୬ଟି ନୂଆ ସିଏନ୍‌ଜି ‌ଷ୍ଟେସନ୍ ଖୋଲିଛି ସେଗୁଡ଼ିକ ହେଲା ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ପଂଜାବ, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe