ଏଲ୍‌ଆଇସିର ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ବିକାଶ କରିବ ଇନ୍‌ଫୋସିସ୍‌

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ପ୍ଲାଟଫର୍ମ ‘ଡାଇଭ୍‌’କୁ ଇନ୍‌ଫୋସିସ୍‌ ବିକାଶ କରିବ। ଗ୍ରାହକ, କ୍ଷେତ୍ର ଦଳ, ସହଯୋଗୀ ଓ କର୍ମଚାରୀମାନଙ୍କୁ ଉତ୍କୃଷ୍ଟ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଡିଜିଟାଲ୍ ପ୍ଲାଟଫର୍ମ ବିକାଶ କରାଯାଉଛି।

lic

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ପ୍ଲାଟଫର୍ମ ‘ଡାଇଭ୍‌’କୁ ଇନ୍‌ଫୋସିସ୍‌ ବିକାଶ କରିବ। ଗ୍ରାହକ, କ୍ଷେତ୍ର ଦଳ, ସହଯୋଗୀ ଓ କର୍ମଚାରୀମାନଙ୍କୁ ଉତ୍କୃଷ୍ଟ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଡିଜିଟାଲ୍ ପ୍ଲାଟଫର୍ମ ବିକାଶ କରାଯାଉଛି। ଏହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ ବୀମା ସମାଧାନ ପ୍ରଦାନ କରିବ। ଏହାକୁ ଏଭଳି ବିକାଶ କରାଯିବ ଯାହା ଦ୍ବାରା ଅତିଶୀଘ୍ର ଓ ସହଜରେ ତାହା ନୂଆ ପ୍ରଯୁକ୍ତି, ଉତ୍ପାଦ ଓ ସୁବିଧାସୁଯୋଗକୁ ଗ୍ରହଣ କରିପାରିବ। ଏଲ୍‌ଆଇସି ପାଇଁ ଏହା ଗ୍ରାହକ ଓ ବିକ୍ରି ସୁପର ଆପ୍, ପୋର୍ଟାଲ୍ ଓ ଡିଜିଟାଲ୍ ଶାଖା ଗଠନ କରିବ।

ଏହି ଅବସରରେ ଏଲ୍‌ଆଇସିର ଏମ୍‌ଡି ଓ ସିଇଓ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଜୀବନ ବୀମା ସମାଧାନ ପ୍ରଦାନ କରି ଏଲ୍‌ଆଇସିକୁ ଏକ ପ୍ରଯୁକ୍ତି ଦ୍ବାରା ପରିଚାଳିତ ସଂସ୍ତାରେ ପରିଣତ କରିବା। ଏକ ବିଶ୍ବସ୍ତରୀୟ ଡିଜିଟାଲ୍ ସମାଧାନ ସୃଷ୍ଟି କରିବା ଓ ସମସ୍ତ ଅଂଶୀଦାରଙ୍କୁ ଶ୍ରେଷ୍ଠ ଅନୁଭବ ପ୍ରଦାନ କରିବା ଲାଗି ଇନ୍‌ଫୋସିସ୍ ସହ କାର୍ଯ୍ୟ କରିବାକୁ ଆମେ ଚାହିରହିଛୁ। ସେ କହିଛନ୍ତି ଯେ ଆମେ ଏକ ଡିଜିଟାଲ୍ ଦୁନିଆରେ ବାସ କରୁଛୁ ଯେଉଁଠାରେ ଗ୍ରାହକମାନେ ସବୁ କିଛି ଶୀଘ୍ର ଚାହୁଛନ୍ତି। ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ଉନ୍ନତ ସେବା ପ୍ରଦାନ କରିବାରେ ପ୍ରଯୁକ୍ତି ଆମ ପାଇଁ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe