ଆଇସକ୍ରିମରୁ କଟା ଆଙ୍ଗୁଳି ବାହାରିବା ନେଇ ଡାକ୍ତର ଗ୍ରାହକଙ୍କ ଅଭିଯୋଗ ପରେ ବନ୍ଦ ହେଲା ଫ୍ୟାକ୍ଟ୍ରି

Advertisment
ଆଇସକ୍ରିମରୁ କଟା ଆଙ୍ଗୁଳି ବାହାରିବା ନେଇ ଡାକ୍ତର ଗ୍ରାହକଙ୍କ ଅଭିଯୋଗ ପରେ ବନ୍ଦ ହେଲା ଫ୍ୟାକ୍ଟ୍ରି

ମୁମ୍ବାଇ: ନିକଟରେ ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ୟୁମୋ ବଟରସ୍କଟ୍ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଘରେ ଅର୍ଡର ପହଞ୍ଚିବା ପରେ ଡାକ୍ତର ଯେତେବେଳେ ଆଇସକ୍ରିମ ଖାଇବା ଆରମ୍ଭ କରିଥିଲେ କୋନ୍‌ ଭିତରୁ ମାନବ ଆଙ୍ଗୁଳି ବାହାରିଥିବା ଦେଖିବାକୁ ପାଇଥିଲେ। ଏହାପରେ ଡାକ୍ତର ମାଲାଦା ପୁଲିସରେ ଆଇସକ୍ରିମ କମ୍ପାନି ବି‌ରୋଧରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ କେନ୍ଦ୍ର କରି ମ‌ାଲଦା ପୁଲିସ ୟୁମୋ ଆଇସକ୍ରିମ କମ୍ପାନି ବିରୋଧରେ ଏକ ମାମଲା ରୁଜୁ କରି ମାନବ ଆଙ୍ଗୁଳି ବାହାରିଥିବା ଆଇସକ୍ରିମର ନମୁନାକୁ ଫୋରେନସିକ୍ ଯାଞ୍ଚ୍‌ ପାଇଁ ପଠାଇ ଦେଇଥିଲା।

ସମ୍ପ୍ରତି ଖବର ଆସିଛି କି  ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପୁଣେର ଇନ୍ଦାପୁର ଅଞ୍ଚଳରେ ଥିବା ଫାର୍ଚ୍ୟୁନ ଡେୟରି ଇଣ୍ଡଷ୍ଟ୍ରିଜର ପରିସର ନୀରିକ୍ଷଣ କରିବା ସହିତ ଫ୍ୟାକ୍ଟ୍ରିର କାମକୁ ବନ୍ଦ କରି ଦେଇଛି।

ଫାର୍ଚ୍ୟୁନ ଡେୟରି ଇଣ୍ଡଷ୍ଟ୍ରିଜର ଜଣେ କର୍ମଚାରୀ ନିଜର ନାମ ଗୋପନ ରଖି କହିଛନ୍ତି, ଆମ କମ୍ପାନିକୁ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆର କେନ୍ଦ୍ରୀୟ ଏଜେନ୍ସି ଠାରୁ ମେନ୍ୟୁଫେକଚରିଙ୍ଗ ଲାଇସେନ୍ସ ମିଳିଛି। କାରଣ ଆମର କମ୍ପାନି ଭାରତର ବିଭିନ୍ନ ସଂସ୍ଥାକୁ ସାମଗ୍ରୀ ଯୋଗାଇଥାଏ। ଗତ ଶୁକ୍ରବାର ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆର ଟିମ ଫ୍ୟାକ୍ଟ୍ରିରେ ପହଞ୍ଚି ମାଲଦା ପୁଲିସ ଷ୍ଟେସନରେ ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଆମର ୟୁନିଟିର ଯାଞ୍ଚ କରିଥିଲା। ଏହି ଯାଞ୍ଚ ଶନିବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ  ରବିବାର ଟିମ ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍‌ ବରାଦ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ମଣିଷ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe