ମୋ ଭିତରେ ଭାରତ ଗଭୀର ଭାବେ ରହିଛି: ପିଚାଇ

Advertisment
ପିଚାଇଙ୍କ ଇସ୍ତଫା ଚର୍ଚ୍ଚା ଜୋର ଧରିଲା

Image Courtesy of India.com

ନୂଆଦିଲ୍ଲୀ: ତାମିଲନାଡୁରେ ଜନ୍ମ ହୋଇ ଚେନ୍ନାଇ ସହରରେ ବଢ଼ିଥିବା ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ଭାରତ ମୋ ଭିତରେ ଗଭୀର ଭାବରେ ରହିଛି। ମୁଁ ଆଜି ଯାହା ବି କିଛି ହୋଇଛି ସେଥିରେ ଭାରତର ବଡ଼ ଅବଦାନ ରହିଛି। ବିବିସି ସହିତ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ସେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭାରତ ପ୍ରସଙ୍ଗରେ ସେ କହିଛନ୍ତି ଯେ ମୁଁ ଜଣେ ଆମେରିକୀୟ ନାଗରିକ କିନ୍ତୁ ଭାରତ ମୋ ଭିତରେ ଗଭୀର ଭାରତରେ ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ମାନବ ସମାଜର ଏକ ବଡ଼ ଆବିସ୍କାର ବୋଲି ସେ କହିଛନ୍ତି। ତାହାକୁ ସେ ନିଆଁ, ବିଦ୍ୟୁତ ଓ ଇଣ୍ଟରନେଟ୍ ସହ ତୁଳନା କରିଛନ୍ତି। ନିଜ ବ୍ୟକ୍ତିଗତ ଅଭ୍ୟାସ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ସମସ୍ତେ ଦୁଇ ସ୍ତରୀୟ ପାସ୍‌ୱାର୍ଡ ବ୍ୟବହାର କରିବା ଉଚିତ। ନୂଆ ପ୍ରଯୁକ୍ତିକୁ ଜାଣିବା ଲାଗି ସେ ନିୟମିତ ବ୍ୟବଧାନରେ ନିଜ ଫୋନ୍ ବଦଳାଇଥାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe