ଆଇବିସିରେ ସଂଶୋଧନ, ପୂର୍ବ ମାଲିକଙ୍କ ଦୋଷର ଫଳ ନୂଆ ଭୋଗିବେନି

Advertisment
ଆଇବିସିରେ ସଂଶୋଧନ, ପୂର୍ବ ମାଲିକଙ୍କ ଦୋଷର ଫଳ ନୂଆ ଭୋଗିବେନି

Economic Times

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ସଂଶୋଧନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ‌ଆଇବିସି ନିୟମ ଆଧାରରେ ଦେବାଳିଆ ପ୍ରକ୍ରିୟାରେ ଯେଉଁ କଂପାନିଗୁଡ଼ିକ ବିକ୍ରି ହେଉଛି ତାହାର ନୂଆ ମାଲିକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। କଂପାନିର ପୂର୍ବ ମାଲିକ ଯେଉଁ ସବୁ ଦୋଷ କରିଥିବେ ତାହାର ଫଳ ନୂଆ ମାଲିକଙ୍କୁ ଭୋଗିବାକୁ ପଡ଼ିବ ନାହିଁ। ଆଇବିସିରେ ସଂଶୋଧନ କରି ସରକାର ଏହାକୁ ସ୍ପଷ୍ଟ କରିଦେଇଛନ୍ତି। ସଂଶୋଧିତ ଆଇବିସି ଦ୍ବାରା ଦେବାଳିଆ ମାମଲାର ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବ, ପ୍ରତିବନ୍ଧକଗୁଡ଼ିକ ଦୂର ହେବ ଏବଂ ଶେଷ ପର୍ଯ୍ୟାୟରେ ଆର୍ଥିକ ସୁରକ୍ଷା ମିଳିବ। ଏହା ଦ୍ବାରା ବିତ୍ତୀୟ ସଙ୍କଟ ଦେଇ ଗତି କରୁଥିବା କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିବ ବୋଲି ସରକାର ଭାବୁଛନ୍ତି। ପୂର୍ବ ମାଲିକଙ୍କ ଦୋଷ ପାଇଁ କଂପାନିର ନୂଆ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ ନାହିଁ। ଦେବାଳିଆ ପ୍ରକ୍ରିୟାର ବିଚାର ବେଳେ ଉଦ୍ୟୋଗର ଲାଇସେନ୍ସ, ପରମିଟ, ମଞ୍ଜୁରି ଇତ୍ୟାଦିକୁ ରଦ୍ଦ କରାଯିବ ନାହିଁ କିମ୍ବା ସମାପ୍ତ କରାଯିବ ନାହିଁ। ଫଳରେ କଂପାନିଟି ଚାଲୁ ରହିଥିବା ସଂସ୍ଥାରେ ଗଣାହେବ। ଏହା ଦ୍ବାରା ତାହା ନିଲାମରେ ଭଲ ଗ୍ରାହକ ଆକୃଷ୍ଟ କରାଯାଇପାରିବ। ଏହା ବ୍ୟତୀତ ଆଜିର କ୍ୟାବିନେଟ୍ ବୈଠକରେ ଜାତୀୟ ରାଜପଥ ବିକାଶ କର୍ତୃପକ୍ଷ (ଏନ୍‌ଏଚ୍ଏଆଇ)କୁ ସେବି ନିୟମ ଅନୁସାରେ ଇନଫ୍ରାଷ୍ଟ୍ରକଚର୍‌ ନିବେଶ ଟ୍ରଷ୍ଟ୍‌ ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe