ଆଧାର ଭିତ୍ତିକ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ସୁବିଧାର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ

Advertisment
ଆଦାନି ଆର୍ଥିକ କାରବାରର ସମୀକ୍ଷା ଆରମ୍ଭ କଲେ ସରକାର

livemint.com

ନୂଆଦିଲ୍ଲୀ:  କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ  ନିର୍ମଳା ସୀତାରମଣ ଆଜି ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ । ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।

ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏସମ୍ପର୍କରେ ଘୋଷଣା କରିଥିଲେ । ବଜେଟ ଭାଷଣର ଅନୁଚ୍ଛେଦ ୧୨୯ରେ ଅର୍ଥ ମନ୍ତ୍ରୀ କହିଥିଲେ ଯେ, “ଗତ ବଜେଟରେ ମୁଁ ପାନ୍ ଓ ଆଧାରର ଅନ୍ତର୍ବିନିମୟ ନେଇ ଘୋଷଣା କରିଥିଲି, ଯାହାରକି ପରବର୍ତ୍ତୀ କାଳରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପାନ୍ ନମ୍ବର ପ୍ରଦାନକୁ ଆହୁରି ସରଳ କରିବା ପାଇଁ ଆମେ ଆଉ ଏକ ନୂଆ ପଦ୍ଧତି ଅନୁସରଣ କରିବୁ ଯାହାଫଳରେ ତତ୍କାଳ ପାନ୍ ନମ୍ବର ଆଧାର ଭିତ୍ତିରେ ଅନଲାଇନରେ ପ୍ରଦାନ କରାଯିବ ଏବଂ ଏଥିପାଇଁ କୌଣସି ବିସ୍ତୃତ ଆବେଦନପତ୍ର କରିବାକୁ ପଡିବ ନାହିଁ।’

ଏହି ଆଧାର ଭିତ୍ତିକ ଇ-କେୱାଇସି ତତ୍କାଳ ପାନ୍ ସୁବିଧା ଆଜି ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଛି । ଯଦିଓ ଏହାକୁ ପରୀକ୍ଷାମୂଳକ ଭାବେ ଫେବୃଆରି ୧୨ରେ ଆୟକର ବିଭାଗ ଦ୍ଵାରା ଇ-ଫାଇଲିଂ ଜରିଆରେ ଆରମ୍ଭ କରାଯାଇଥିଲା । ସେବେଠାରୁ ୬,୭୭,୬୮୦ ତତ୍କାଳ ପାନ୍ ନମ୍ବର ମାତ୍ର ୧୦ ମିନିଟ ମଧ୍ୟରେ ୨୫ ମେ’ ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe