ଗୋଟେ କ୍ଲିକ୍ କରି ପାଆନ୍ତୁ ୧ଲକ୍ଷ ଟଙ୍କାର ଋଣ, ଗୁଗଲ୍ ପେ’ ଆଣିଲା ଏହି ସୁବିଧା

Advertisment
ଗୋଟେ କ୍ଲିକ୍ କରି ପାଆନ୍ତୁ ୧ଲକ୍ଷ ଟଙ୍କାର ଋଣ, ଗୁଗଲ୍ ପେ’ ଆଣିଲା ଏହି ସୁବିଧା

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦରକାର ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଗୁଗଲ୍ ପେ’ ଜରିଆରେ ଏବେ ଆପଣ ସହଜରେ ୧ଲକ୍ଷ ଟଙ୍କାର ଋଣ ପାଇପାରିବେ। ଯଦି ଆପଣ ଗୁଗୁଲ୍ ପେ’ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଭଲ ଟଙ୍କା ନେଣଦେଣ ଇତିହାସ ରହିଛି, ତେବେ ଆପଣଙ୍କୁ ୧ ମିନିଟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ମିଳିପାରିବ। ଗୁଗୁଲ୍ ପେ ପ୍ଲାଟଫର୍ମରୁ 'ଡିଜିଟାଲ୍ ପର୍ସନାଲ ଲୋନ୍' ପ୍ରଦାନ କରିବାକୁ 'ଡିଏମଆଇ ଫାଇନାନ୍ସ ଲିମିଟେଡ୍' ଏହି ସୁବିଧା ଆରମ୍ଭ କରିଛି।

ଯଦି ଆପଣ ଗୁଗଲ୍ ପେ’ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଦୁଇଗୁଣ ଲାଭ ମିଳିବ। କାରଣ ଏହି ପ୍ଲାଟଫର୍ମ ମାଧ୍ୟମରେ 'ଡିଏମଆଇ ଫାଇନାନ୍ସ' ଆପଣଙ୍କୁ ତତକ୍ଷଣାତ୍ ବ୍ୟକ୍ତିଗତ ଋଣ ଦେବ। ତେବେ ଗୁଗଲ୍ ପେ’ ବ୍ୟବହାର କରୁଥିବା ସମସ୍ତ ଗ୍ରାହକଙ୍କୁ ଏହି ଋଣ ମିଳିବ ନାହିଁ। କ୍ରେଡିଟ୍ ହିଷ୍ଟ୍ରି ବା ଟଙ୍କା ନେଣଦେଣ ଇତିହାସକୁ ଦେଖି 'ଡିଏମଆଇ ଫାଇନାନ୍ସ ଲିମିଟେଡ୍' ଋଣ ପ୍ରଦାନ କରିବ।

'ଡିଏମଆଇ ଫାଇନାନ୍ସ ଲିମିଟେଡ୍' ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସହ ଏହାକୁ ଫେରାଇବା ପାଇଁ ୩୬ମାସର ସମୟ ଦେବ। ଏହି ସୁବିଧାର ଲାଭ ଉଠାଇବା ପାଇଁ

publive-image aajtak

୧. ସର୍ବପ୍ରଥମେ ମୋବାଇଲରେ ଗୁଗଲ୍ ପେ’ ଆପ୍ ଖୋଲନ୍ତୁ।
୨. ଯଦି ଆପଣ 'ପ୍ରି-ଆପ୍ରୁଭଡ ଲୋନ୍' ପାଇବାକୁ ଯୋଗ୍ୟ, ତେବେ ଆପଣଙ୍କୁ 'ପ୍ରୋମୋସନ୍' ତଳେ ମନିର ବିକଳ୍ପ ଦେଖାଯିବ।
୩. ଏହା ପରେ ଆପଣଙ୍କୁ 'ଲୋନ୍' ଉପରେ କ୍ଲିକ୍ କରିବାକୁ ପଡିବ।
୪. ଏହା ପରେ ଆପଣଙ୍କ ଅଫରର ବିକଳ୍ପ ଖୋଲିଯିବା ସହ ଡିଏମଆଇର ବିକଳ୍ପ ଆସିବ।
୫. ଏଠାରେ ଆପଣ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ସର୍ବନିମ୍ନ ଏବଂ ସର୍ବାଧିକ କେତେ ଟଙ୍କା ଋଣ ନେଇପାରିବ। ଏହା ସହିତ ଆପଣ ଅନ୍ୟାନ୍ୟ ବିବରଣୀ ଦେଖିବାକୁ ସକ୍ଷମ ହେବେ।
୬. କେତେ ଟଙ୍କା ଋଣ ନେବାର ଅଛି ତାହା ବାଛିବା ପରେ ଆପଣଙ୍କୁ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପଡିବ।
୭. ଆବେଦନ କରିସାରିବା ପରେ ଋଣ ମଞ୍ଜୁର ହେବା ମାତ୍ରେ ଋଣ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe