୬୦ ଦିନରେ ବୀମା ମାମଲା ସମାଧାନ: ଜୀବନ ବୀମା କମ୍ପାନି ବି‌ରୋଧରେ ଅଧିକ ଅଭିଯୋଗ

Advertisment

ବୀମାକୁ ନେଇ ସମସ୍ୟା ସାମ୍ନା କରୁଥିବା ଗ୍ରାହକମାନେ ଅଭିଯୋଗ କଲେ ତାହାର ସମାଧାନ ୬୦ ଦିନ ଭିତରେ ହୋଇଯାଉଛି। ସୋମବାର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ବୀମା ଲୋକପାଳ ଦିବସକୁ ସମ୍ବୋଧିତ କରି ଓଡ଼ିଶାର...

ବୀମାକୁ ନେଇ ସମସ୍ୟା ସାମ୍ନା କରୁଥିବା ଗ୍ରାହକମାନେ ଅଭିଯୋଗ କଲେ ତାହାର ସମାଧାନ ୬୦ ଦିନ ଭିତରେ ହୋଇଯାଉଛି। ସୋମବାର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ବୀମା ଲୋକପାଳ ଦିବସକୁ ସମ୍ବୋଧିତ କରି ଓଡ଼ିଶାର...

ffhfshfsfhhf

ଭୁବନେଶ୍ବର: ବୀମାକୁ ନେଇ ସମସ୍ୟା ସାମ୍ନା କରୁଥିବା ଗ୍ରାହକମାନେ ଅଭିଯୋଗ କଲେ ତାହାର ସମାଧାନ ୬୦ ଦିନ ଭିତରେ ହୋଇଯାଉଛି। ସୋମବାର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ବୀମା ଲୋକପାଳ ଦିବସକୁ ସମ୍ବୋଧିତ କରି ଓଡ଼ିଶାର ବୀମା ଲୋକପାଳ ମନୋଜ ପରିଡ଼ା କହିଛନ୍ତି ଯେ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ ଲାଗି ୯୦ ଦିନର ସମୟ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତ ଅଭିଯୋଗକୁ ତା’ଠାରୁ ଯଥେଷ୍ଟ କମ୍ ସମୟରେ, ଅର୍ଥାତ ୬୦ ଦିନ ଭିତରେ ସମାଧାନ କରାଯାଇଛି। ଶ୍ରୀ ପରିଡ଼ା କହିଛନ୍ତି ଯେ ୨୦୨୪ ମାର୍ଚ୍ଚ ସୁଦ୍ଧା ବୀମା ଲୋକପାଳଙ୍କ ପାଖକୁ ୧୩୧୦ଟି ମାମଲା ଆସିଥିଲା। ସେଥିରୁ ୫୪୮ଟି ଅଭିଯୋଗ ଜୀବନ ବୀମା କମ୍ପାନି, ୨୦୪ଟି ସାଧାରଣ ବୀମା କମ୍ପାନି ଓ ୫୫୮ଟି ସ୍ବାସ୍ଥ୍ୟ ବୀମା କମ୍ପାନି ବିରୋଧରେ ଆସିଥିଲା। ସେହିପରି, ୨୦୨୪-୨୫ ଆର୍ଥିକ ବର୍ଷରେ ଅକ୍ଟୋବର ସୁଦ୍ଧା ‌ବୀମା ଲୋକପାଳଙ୍କ ପାଖକୁ ୮୮୦ଟି ମାମଲା ଆସିଛି। ସେଥିରୁ ୮୯ଟି ମାମଲା ସମାଧାନ ହେବାକୁ ବାକି ଥିବା ବେଳେ ଅନ୍ୟ ମାମଲାଗୁଡ଼ିକର ଫଇସଲା ହୋଇଯାଇଛି। ୬୦ ଦିନରୁ ଅଧିକ ସମୟ ଧରି କୌଣସି ମାମଲା ପଡ଼ିରହିନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ସଦସ୍ୟ ସନ୍ତୋଷ କୁମାର ମହାନ୍ତି କମ୍ପାନିଗୁଡ଼ିକୁ ସର୍ବାଧିକ ଲୋକଙ୍କ ପାଖରେ ବୀମା ପହଞ୍ଚାଇବାକୁ ଆହ୍ବାନ ଦେଇଛନ୍ତି। ସେହି ସମୟରେ ହରିଦାସପୁର-ପାରାଦୀପ ରେଳ କମ୍ପାନିର ସିଇଓ ଦେବରାଜ ପଣ୍ଡା ପଲିସିଧାରୀମାନଙ୍କୁ ଆହ୍ବାନ ଦେଇ ବୀମା ସମସ୍ୟାର ଶୀଘ୍ର ସମାଧାନ ଲାଗି ବୀମା ଲୋକପାଳ କାର୍ଯ୍ୟାଳୟର ଲାଭ ଉଠାଇବାକୁ କହିଥିଲେ। ସେଲ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ମଲ୍ଲିକ ବୀମା ଅଭିଯୋଗର ମାଗଣା ଓ ଶୀଘ୍ର ସମାଧାନ ଦିଗରେ ଲୋକପାଳଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଲୋକପାଳ କାର୍ଯ୍ୟାଳୟର ସଚିବ ଅଜୟ କୁମାର ଦାସ ଓ ବିରୁପାକ୍ଷ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe