ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ବୀମା କଂପାନିଙ୍କ ପଦକ୍ଷେପ

ବାହାନଗା ଦୁର୍ଘଟଣା: ପ୍ରମାଣ ନଷ୍ଟ କରିଥିଲେ ତିନି ଅଭିଯୁକ୍ତ, ସିବିଆଇ ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଓ ସେମାନଙ୍କ ପ୍ରିୟଜନଙ୍କୁ ବୀମା ଦାବି ଫଇସଲାରେ ସହୟତା ପ୍ରଦାନ କରିବା ଲାଗି ବୀମା କଂପାନିଗୁଡ଼ିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ଘଟଣା ପୀଡ଼ିତଙ୍କ ଦାବିର ଶୀଘ୍ର ଫଇସଲା କରିବାକୁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍‌ଡିଏଆଇର ମୁଖ୍ୟ ଦେବାଶିଷ ପଣ୍ଡା ବୀମା କଂପାନିଗୁଡ଼ିକୁ ଆହ୍ବାନ ଦେଇଥିଲେ। ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଲାଗି ଭାରତୀୟ ଜୀବନ ବୀମା ନିଗମଠାରୁ ଆରମ୍ଭ କରି ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଏସ୍‌ବିଆଇ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ, ଏଚ୍‌ଡିଏଫ୍‌ସି ଆର୍‌ଗୋ, ଆଭିଭା ଲାଇଫ୍ ଓ ମ୍ୟାକ୍ସ ଲାଇଫ୍ ଭଳି ସଂସ୍ଥା ବିଭିନ୍ନ ପ୍ରକାର ପଦକ୍ଷେପ ଘୋଷଣା କରିଛନ୍ତି।

ଅଳ୍ପ କାଗଜପତ୍ରରେ କିଭଳି ଦାବି ଫଇସଲା କରାଯିବ ଏବଂ ଏହି କାର୍ଯ୍ୟ ଯଥା ସମ୍ଭବ ତ୍ବରିତ ବେଗରେ କରିବାକୁ କଂପାନିଗୁଡ଼ିକ ନିଜ ଆଡ଼ୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକମାନଙ୍କ ସହାୟତା ଲାଗି କିଛି କଂପାନି ଟୋଲ୍‌ ଫ୍ରି ନମ୍ବର ବି ଜାରି କରିଛନ୍ତି। ଟ୍ରେନ୍‌ ଦୁର୍ଘଟଣାରେ ପୀଡ଼ିତ ଲୋକ ଓ ତାଙ୍କ ପ୍ରିୟଜନମାନେ ପୀଡ଼ିତଙ୍କ ନାମରେ ଥିବା ବୀମା ପଲିସିର କଂପାନିର ସହିତ ଯୋଗାଯୋଗ କରି ତ୍ବରିତ ସମାଧାନ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe