ଇପିଏଫ୍‌ଓ ଦୁଇଟି କିସ୍ତିରେ ଦେବ ସୁଧ: ପ୍ରଥମେ ୮.୧୫% , ଡିସେମ୍ବରରେ ୦.୩୫% ସୁଧ ‌ଦେବ

Advertisment

ପ୍ରଥମେ ୮.୧୫% , ଡିସେମ୍ବରରେ ୦.୩୫% ସୁଧ ‌ଦେବ

ପ୍ରଥମେ ୮.୧୫% , ଡିସେମ୍ବରରେ ୦.୩୫% ସୁଧ ‌ଦେବ

ବର୍ଦ୍ଧିତ ପେନସନ ଚୟନ କରିବାର ଶେଷ ତାରିଖ ଜୁଲାଇ ୧୧କୁ ବଢାଇଲା ଇପିଏଫଓ

Zee India News

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏହାର ପ୍ରାୟ ୬ କୋଟି ସଦସ୍ୟଙ୍କୁ ୨୦୧୯-୨୦ ବର୍ଷର ୮.୫ ପ୍ରତିଶତ ସୁଧକୁ ଦୁଇଟି କିସ୍ତିରେ ପ୍ରଦାନ କରିବା। ପ୍ରଥମ କିସ୍ତିରେ ୮.୧୫% ସୁଧ ସଦସ୍ୟମାନଙ୍କ ଖାତାରେ ଜମା କରାଯିବ। ବଳକା ୦.୩୫ ପ୍ରତିଶତ ସୁଧକୁ ଆସନ୍ତା ଡିସେମ୍ବର ଆଡ଼କୁ ଏହା ଜମା କରିବ। ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ନେତୃତ୍ବରେ ଆଜି ଅନୁଷ୍ଠିତ ଇପିଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଇପିଏଫ୍‌ଓ ପକ୍ଷରୁ ଏହାର ସଦସ୍ୟମାନଙ୍କୁ ୨୦୧୩-୧୪ ଓ ୨୦୧୪-୧୫ରେ ୫.୭୫ ପ୍ରତିଶତ, ୨୦୧୫-୧୬ରେ ୮.୮ ପ୍ରତିଶତ, ୨୦୧୬-୧୭‌ରେ ୮.୬୫ ପ୍ରତିଶତ, ୨୦୧୭-୧୮ରେ ୮.୫୫ ଓ ୨୦୧୮-୧୯ରେ ୮.୬୫ ପ୍ରତିଶତ ସୁଧ ପ୍ରଦାନ କରାଯାଇଥିଲା। ୨୦୧୯-୨୦ ବର୍ଷ ପାଇଁ ସୁଧ ହାରକୁ ଗତ ମାର୍ଚ୍ଚରେ ୮.୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଥିଲା। ଦେଶରେ କରୋନା ମହାମାରୀ ବ୍ୟାପିବା ପରଠାରୁ ପାଞ୍ଚ ମାସ ଭିତରେ ସଦସ୍ୟମାନଙ୍କ ଆର୍ଥିକ ଆବଶ୍ୟକତାକୁୂ ପୂରଣ କରିବା ଲାଗି ଇପିଏଫ୍‌ଓ ପକ୍ଷରୁ ୩୫,୪୪୫ କୋଟି ଟଙ୍କାର ୯୪.୪୧ ଲକ୍ଷରୁ ଅଧିକ ଦାବି ସମାଧାନ କରାଯାଇଛି। ଅଗ୍ରୀମ ଓ ଅସୁସ୍ଥତା ସମ୍ପର୍କିତ ଦାବିଗୁଡ଼ିକୁ ଏହା ଦ୍ରୁତ ଗତିରେ ସମାଧାନ କରୁଛି। ପୂର୍ବରୁ ଦାବି ସମାଧାନ ଲାଗି ପ୍ରାୟ ୨୦ ଦିନ ସମୟ ଲଗୁ ଥିଲା। ମାତ୍ର ସ୍ବୟଂକ୍ରିୟ ଦାବି ସମାଧାନ ବ୍ୟବସ୍ଥା ଲାଗୁ କରାଯିବା ପରେ ତିିନି ଦିନରେ ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ସଦସ୍ୟମାନଙ୍କ ଖାତାରେ ସୁଧ ରାଶି ଜମା କରିବାରେ ହୋଇଥିବା ବିଳମ୍ବକୁ ନେଇ ଆଜିର ବୈଠକରେ କେତେକ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୧୯-୨୦ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ଦେବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଭାରତୀୟ ମଜଦୁର ସଂଘର ନେତା ବ୍ରିଜେଶ ଉପାଧ୍ୟାୟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ୍ କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି।

ନୂଆଦିଲ୍ଲୀ: କରୋନା ମହାମାରୀର ସାମ୍ନା କରୁଥିବା ସଦସ୍ୟମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଇପିଏଫ୍‌ଓ ପକ୍ଷରୁ କର୍ମଚାରୀଙ୍କ ଡିପୋଜିଟ୍‌ ଲିଙ୍କଡ୍‌ ବୀମା (ଇଡିଏଲ୍‌ଆଇ) ସ୍କିମ୍‌ର ଲାଭକୁ ୬ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରାଯାଇଛି। ବୀମା ରାଶିକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସ୍କିମ୍‌ର ପାରା ୨୨(୩)ରେ କରାଯାଇଥିବା ସଂଶୋଧନକୁ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ମଞ୍ଜୁରି ମିଳିଛି ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇପିଏଫ୍‌ ସ୍କିମ୍‌ର ସଦସ୍ୟଙ୍କ ପାଇଁ ଇଡିଏଲ୍‌ଆଇ ସ୍କିମ୍ ବାଧ୍ୟତାମୂଳକ କରାଯାଇଛି। ପ୍ରାକୃତିକ କାରଣ, ଅସୁସ୍ଥତା କିମ୍ବା ଦୁର୍ଘଟଣାରେ ସଦସ୍ୟଙ୍କ ମୃତ୍ୟୁ ହେଲେ ନମିନିଙ୍କୁ ସର୍ବାଧିକ ୭ ଲକ୍ଷ ଟଙ୍କା ମିଳିବ। ଇପିଏଫ୍‌ ଆଣ୍ଡ୍‌ ମିସ୍‌ଲାନିଅସ୍ ପ୍ରୋଭିଜନ୍ସ ଆକ୍ଟ, ୧୯୫୨ ଅଧୀନରେ ଆସୁ୍ଥିବା ସମସ୍ତ ସଂସ୍ଥା ସ୍ବୟଂକ୍ରିୟ ଭାବେ ଇଡିଏଲ୍‌ଆଇ ସ୍କିମ୍‌ରେ ସାମିଲ ହୋଇଥାନ୍ତି। ସଦସ୍ୟଙ୍କ ମୃତ୍ୟୁ ପୂର୍ବ ୧୨ ମାସର ବେତନ ଉପରେ ବୀମା ରାଶିର ପରିମାଣ ନିର୍ଭର କରୁଛି। ନିଯୁକ୍ତିଦାତା ଓ କେନ୍ଦ୍ର ସରକାର ଇଡିଏଲ୍‌ଆଇ ସ୍କିମ୍ ପାଇଁ ଯୋଗଦାନ ପ୍ରଦାନ କରନ୍ତି। କର୍ମଚାରୀଙ୍କୁ ନିଜ ଆଡ଼ୁ କିଛି ଜମା କରିବାକୁ ପଡ଼େ ନାହିଁ। ବୀମା ରାଶିର ପରିମାଣ ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଇଥିବା ୧୨ ମାସର ଦରମା ପରିମାଣର କିମ୍ବା ସର୍ବାଧିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe