ସୁଧ ରିହାତି, ବିଳମ୍ବ ଫି' ଛାଡ଼ ଘୋଷଣା, ବିଭିନ୍ନ ଫର୍ମ ଦାଖଲ ଅବଧି ବଢ଼ିଲା

Advertisment
ମୁଖ୍ୟମନ୍ତ୍ରୀଙ୍କ ରିିଲିଫ୍ ପାଣ୍ଠିକୁ ସହାୟ‌ତା: ଓପିଜିସି, ଓଏଚ୍‌ପିସି ଦେଲେ ୩ କୋଟି

Image Courtesy of Times of India

ନୂଆଦିଲ୍ଲୀ: ବିଳମ୍ବରେ ଟିକସ ପଇଠ ଉପରେ ଦେବାକୁ ପଡ଼ୁଥିବା ୧୮% ସୁଧକୁ କମ୍ କରାଯାଇଛି। ଯେଉଁ ଟିକସଦାତାଙ୍କ ମୋଟ କାରବାର ୫ କୋଟି ଟଙ୍କାରୁ ଅଧିକ ସେମାନଙ୍କ ପାଇଁ ନିର୍ଧାରିତ ତାରିଖ ଠାରୁ ଟିକସ ପଇଠ ୧୫ ଦିନ ବିଳମ୍ବ ହେଲେ ୯% ସୁଧ ଲାଗିବ। ତା' ଠାରୁ ଅଧିକ ବିଳମ୍ବ ହେଲେ ୧୮% ସୁଧ ଲାଗିବ। ସେହିପରି ପାଞ୍ଚ କୋଟି ଟଙ୍କା ପର୍ଯ୍ୟନ୍ତର କାରବାର କରୁଥିବା ଟିକସଦାତାମାନେ ୧୫ ଦିନ ବିଳମ୍ବରେ ଟିକସ ପଇଠ କଲେ କୌଣସି ସୁଧ ଦେବେ ନାହିଁ। ତା'ଠାରୁ ଅଧିକ ବିଳମ୍ବ ହେଲେ ୯% ସୁଧ ଦେବେ। କମ୍ପୋଜିସନ ସ୍କିମ୍ ବିଳକ୍ପ ଚୟନ କରିଥିଲେ ୧୫ ଦିନ ବିଳମ୍ବ ପାଇଁ କୌଣସି ଟିକସ ଲାଗିବ ନାହିଁ। ସେହିପରି, ଟିକସଦାତାମାନଙ୍କ ପାଇଁ ବିଳମ୍ବ ଫି' ମଧ୍ୟ ଛାଡ଼ କରାଯାଇଛି। ପାଞ୍ଚ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାଙ୍କ ପାଇଁ ପ୍ରଥମ ୧୫ ଦିନ ବିଳମ୍ବ ପାଇଁ ବିଳମ୍ବ ଫି' ସମ୍ପୂର୍ଣ୍ଣ ଛାଡ଼ ହେ‌ବ।

ଏହି ମାମଲାରେ ପାଞ୍ଚ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାମାନେ ୩୦ ଦିନ ବିଳମ୍ବ ପର୍ଯ୍ୟନ୍ତ ଲେଟ୍‌ ଫି'ଛାଡ଼ ସୁବିଧା ପାଇବେ। ଏପ୍ରିଲ୍‌ ମାସର ଜିଏସ୍‌ଟିଆର୍‌-୧ ଫର୍ମ ଓ ଆଇଏଫ୍‌ଏଫ୍‌ ଦାଖଲ କରିବାର ସମୟ ସୀମା ୧୫ ଦିନ ବଢ଼ାଇ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟିଆର୍‌-୪ ଫର୍ମ ଦାଖଲ କରିବାର ଅବଧି ମେ' ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୨୦୨୧ ଜାନୁଆରି-ମାର୍ଚ ତ୍ରୟମାସର ଆଇଟିସି-୦୪ ଫର୍ମ ପଇଠ କରିବାର ଅବଧି ମଧ୍ୟ ମେ' ୩୧କୁ ବୃଦ୍ଧି କରାଯାଇଛି। ଆଇଟିସି ଲାଭ ହାସଲ କରିବା ପାଇଁ କେନ୍ଦ୍ରୀୟ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ସିଜିଏସ୍‌ଟି ନିୟମର ଧାରା ୧୬୮ଏ ଅନୁସାରେ ବୈଧାନିକ ସମୟ ସୀମାକୁ ମେ' ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe