ଜୁନ୍‌ରେ ପୁଣି ସୁଧ ବଢ଼ିବ: ଶକ୍ତିକାନ୍ତ

Advertisment
ଶକ୍ତିକାନ୍ତ ଦେଲେ ୨.୧୧ ଲକ୍ଷ କୋଟିର ଚେକ୍‌: ନିର୍ବାଚନ ବର୍ଷରେ ରେକର୍ଡ ଲାଭାଂଶ

Image Courtesy of India Today

ନୂଆଦିଲ୍ଲୀ: ଜୁନ୍‌ ମାସରେ ପୁଣି ଥରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବ। ଏକ ଟିଭି ସାକ୍ଷାତକାରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁନ୍‌ରେ ସୁଧ ବଢ଼ିବା ଆକଳନ କରିବା ଅତ୍ୟନ୍ତ ସହଜ। ଏଥିରେ ବେଶି ମୁଣ୍ଡ ଖେଳାଇବାକୁ ପଡ଼ିବନି। କିନ୍ତୁ ‌ସୁଧରେ କେତେ ବୃଦ୍ଧି ହେବ ତାହା ଏବେଠାରୁ କହିହେବନାହିଁ। ‌ଦେଶରେ ଦରଦାମ୍ ସ୍ଥିତି ଗତ ଚାରି ମାସ ହେଲାଣି ଅସହ୍ୟ ସ୍ତରରେ ରହିଥିବା ବେଳେ ତାହା ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରିଜର୍ଭ ବ୍ୟାଙ୍କ କିଛି ଦିନ ତଳେ ହଠାତ୍‌ ସୁଧରେ ୦.୪୦% ବୃଦ୍ଧି କରିଥିଲେ। ଅଚାନକ ମୁଦ୍ରାନୀତିର ଏକ ବୈଠକ ଡକାଇ ସେହି ନିଷ୍ପତ୍ତି ନିଆଯାଇଥିଲା। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ସୁଧରେ ରିଜର୍ଭ ବ୍ୟାଙ୍କ ହାତ ମାରିଥିବା ବେଳେ ଚାରି ବର୍ଷରେ ପ୍ରଥମ ଥର ପାଇଁ ତାହାକୁ ବଢ଼ାଇଥିଲା। ଅଭିବୃଦ୍ଧିକୁ ବଳ ପ୍ରଦାନ କରିବା ଲାଗି ଜାଣିଶୁଣି ସୁଧକୁ ନିମ୍ନ ସ୍ତରରେ ରଖାଯାଇଥିଲା।

ଏପ୍ରିଲ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୮ ବର୍ଷରେ ସର୍ବାଧିକ ଓ ପାଇକାରୀ ମୁଦ୍ରାସ୍ଫୀତି ହାର ୧୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଏହାର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ ଉଦ୍ୟମ କରୁଥିବା ଶକ୍ତିକାନ୍ତ କହିଛନ୍ତି। ଆସନ୍ତା ୨-୩ ମାସ ଭିତରେ ତାହା ନିୟନ୍ତ୍ରଣ ମଧ୍ୟକୁ ଆସିବ। ଗହମ ରପ୍ତାନି ନିଷିଦ୍ଧ କରିବା, ପେଟ୍ରୋଲ ଓ ଡିଜେଲ୍ ଉପରେ ଟିକସ କମ୍ କରିବା ବିଷୟରେ ସରକାର ଯେଉଁ ଘୋଷଣା କରିଛନ୍ତି ତାହାର ପ୍ରଭାବରେ ଦରଦାମ୍ କମିବ। ଶକ୍ତିକାନ୍ତ କହିଛନ୍ତି ଯେ ଏବେ ରୁଷ୍ ଓ ବ୍ରାଜିଲ୍‌କୁ ବାଦ ଦେଲେ ଅନ୍ୟ ପ୍ରାୟ ସବୁ ଦେଶରେ ସୁଧ ହାର ବିଯୁକ୍ତାତ୍ମକ ରହିଛି। ବିକଶିତ ରାଷ୍ଟ୍ରଗୁଡ଼ିକର ମୁଦ୍ରାସ୍ଫୀତି ୭%ରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe