Image Courtesy of Devdiscource
ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟ କାରଣରୁ ଅଗଷ୍ଟ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍’ ଶୁକ୍ରବାର ଦିନ ଘୋଷଣା କରିଛି।
ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ ସର୍କ୍ୟୁଲାର୍ରେ ‘ଡିଜିସିଏ’ କହିଛି ଯେ, ଅନ୍ତର୍ଜାତୀୟ ପଣ୍ୟବାହୀ ବିମାନ ଚଳାଚଳ ଏବଂ ସ୍ବତନ୍ତ୍ର ଅନୁମୋଦନ ପାଇଥିବା ବିମାନ ଚଳାଚଳ ପାଇଁ ଏହି କଟକଣା ଲାଗୁ ହେବନାହିଁ।
Image Courtesy of Livemintଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଦେଶରେ କୋଭିଡ୍-୧୯ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଥିବା ବେଳେ ଅଟିକି ରହିଥିବା ବ୍ୟକ୍ତିବିଶେଷଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ୨୫୦୦ରୁ ଅଧିକ ବିଦେଶୀ ବିମାନ ଭାରତକୁ ଆସିବାକୁ ଓ ଭାରତରୁ ଛାଡ଼ିବାକୁ ଅନୁମତି ଦିଆଯାଇଥିଲା।
ସେହିଭଳି ବନ୍ଦେ ଭାରତ ମିସନ୍ରେ ଏୟାର୍ ଇଣ୍ଡିଆ ଏବଂ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ଅଟକି ଯାଇଥିବା ସମୁଦାୟ ୨, ୬୭, ୪୩୬ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଛି। ଏହାଛଡ଼ା, ମେ ୬ ତାରିଖରୁ ଜୁଲାଇ ୩୦ ତାରିଖ ମଧ୍ୟରେ ଅନ୍ୟାନ୍ୟ ଚାର୍ଟର୍ ବିମାନ ଅଟକି ଯାଇଥିବା ୪, ୮୬, ୮୧୧ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଛି।
Follow Us