Image Courtesy of India Today
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଥିବା କାରଣରୁ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ବାତିଲ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ନଭେମ୍ବର ୨୬ ତାରିଖରେ ଜାରି କରିଥିବା ଏକ ସର୍କ୍ୟୁଲାର୍ରେ କହିଛି ଯେ ଭାରତକୁ ଆସୁଥିବା ଏବଂ ଭାରତରୁ ଯାଉଥିବା ସମସ୍ତ ନିର୍ଦ୍ଧାରିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ।
କିନ୍ତୁ, ମାଲବାହୀ ବିମାନ ଚଳାଚଳ ଏବଂ ‘ଡିଜିସିଏ’ ଅନୁମୋଦିତ ବିମାନ ସେବା ପ୍ରତି ଏହି କଟକଣା ପ୍ରଯୁଜ୍ୟ ନୁହେଁ।
Image Courtesy of The Quint‘ଡିଜିସିଏ’ ଆହୁରି ମଧ୍ୟ କହିଛି ଯେ, କ୍ଷେତ୍ର ବିଶେଷରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଅଳ୍ପ କେତେକ ରୁଟ୍ରେ ଆନ୍ତର୍ଜାତିକ ବିମାନ ଚାଲିପାରିବ।
ପୂର୍ବରୁ ‘ଡିଜିସିଏ’ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରିଥିଲା।
ଏଠାରେ ସୂଚନାଯୋଗ୍ୟ କି, କରୋନାଭାଇରସ୍ ମହାମାରୀ ବ୍ୟାପିବା କାରଣରୁ ଏବର୍ଷ ମାର୍ଚ ୨୩ ତାରିଖରୁ ଭାରତ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଚଳାଚଳ ବାତିଲ କରିଥିଲା। କିନ୍ତୁ, ମେ ମାସରୁ ସ୍ୱତନ୍ତ୍ର ବିମାନ ଏବଂ ଜୁଲାଇ ମାସ ଠାରୁ କେତେକ ମନୋନୀତ ଦେଶଙ୍କ ହସ ଦ୍ୱିପାକ୍ଷିକ ‘ଏୟାର୍ ବବଲ୍’ ବ୍ୟବସ୍ଥା ଜରିଆରେ ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି।
Follow Us