ଉଡାନ୍‌ ସ୍କିମ୍‌ରେ ସାମିଲ ହେବ ବିଦେଶ ରୁଟ୍‌

Advertisment
ଉଡାନ୍‌ ସ୍କିମ୍‌ରେ ସାମିଲ ହେବ ବିଦେଶ ରୁଟ୍‌

ନୂଆଦିଲ୍ଲୀ: ‌େଦଶର ସାଧାରଣ ନାଗରିକଙ୍କୁ ସୁଲଭ ମୂଲ୍ୟରେ ବିମାନରେ ବିଦେଶ ଯାତ୍ରା କରିବାର ସୁଯୋଗ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଉଡାନ୍ ସ୍କିମ୍‌ର ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସ୍କିମ୍‌‌େର ପ୍ରମୁଖ ବିଦେଶୀ ରୁଟ୍‌କୁ ସାମିଲ କରାଯିବ। ସେଥିପାଇଁ ସରକାରଙ୍କ ପକ୍ଷରୁ ଆଗ୍ରହୀ ବିମାନ କଂପାନିଗୁଡ଼ିକ ଠାରୁ ବିଡ୍ ଆହ୍ବାନ କରାଯାଇଛି। ସ୍ଥାନୀୟ ବିମାନ ଚଳାଚଳ ବଜାର ପାଇଁ ଉଡାନ୍ ସ୍କିମ୍‌ରେ ‌େଯତିକି ରୁଟ୍‌ ଚିହ୍ନଟ ହୋଇଥିଲା, ‌ଏବେବି ସେଥି ମଧ୍ୟରୁ ଅଧା ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହୋଇନାହିଁ। ଏଭଳି ପରିସ୍ଥିତିରେ ବିଦେଶ ରୁଟ୍‌କୁ ନେଇ କପାଂନିଗୁଡ଼ିକ କିଭଳି ମନୋଭାବ ପୋଷଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ। ଯେଉଁ ରାଜ୍ୟଗୁଡ଼ିକ ଆନ୍ତର୍ଜାତିକ ବିମାନ ସଂଯୋଗ ପାଇଁ ଆଗ୍ରହ ପ୍ରକାଶ କରିବେ‌ ସେମାନଙ୍କ ପାଇଁ ଭାରତୀୟ ବୀମାନ ବନ୍ଦର କତୃର୍ପକ୍ଷ (ଏଏ୍ଆଇ) ବିଡ୍ ଆହ୍ବାନ କରିବ। ପ୍ରଥମ ରାଜ୍ୟ ଭାବେ ଆସାମ ସରକାର ଏଥିପାଇଁ ଆଗ୍ରହ ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe