ଆଇସିଏଫ୍‌ଏଆଇ ବି-ସ୍କୁଲରେ ଆନ୍ତର୍ଜାତିକ ସମ୍ମିଳନୀ

Advertisment
ଆଇସିଏଫ୍‌ଏଆଇ ବି-ସ୍କୁଲରେ ଆନ୍ତର୍ଜାତିକ ସମ୍ମିଳନୀ

????????????????????????????????????

ଭୁବନେଶ୍ୱର: ଆଇସିଏଫ୍‌୍‌ଏଆଇ ବି-ସ୍କୁଲ୍‌ ପକ୍ଷରୁ ଏକ ଆନ୍ତର୍ଜାତିକ କେସ୍‌ ଷ୍ଟଡି ସମ୍ମିଳନୀ ଆୟୋଜନ କରାଯାଇଛି। ଆଇକିଆ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ଆନା-କାରିନ୍‌ ମାନ୍‌ସନ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆଇକିଆର ପ୍ରତିଭା ପରିଚାଳନା ପଦ୍ଧତି ବିଷୟରେ ସେ ବିସ୍ତତ ଭାବେ ଆଲୋଚନା କରିଛନ୍ତି। ଆଇସିଏଫ୍‌ଏଆଇ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦର କୁଳପତି ଡକ୍ଟର ଜେ ମହେନ୍ଦର ରେଡ୍ଡି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଆଇସିଏଫ୍‌ଏଆଇ ବି-ସ୍କୁଲର ନିର୍ଦେଶକ ଡକ୍ଟର ଏସ୍‌ ଭି ଶେଶୟାହ୍‌ କେସ୍‌ ଷ୍ଟଡିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ସମୁଦାୟ ୪୪ କେସ୍‌ ଷ୍ଟଡି ଉପସ୍ଥାପନ କରାଯାଇଛି। ଏକ୍ସଏଲ୍‌ଆର୍‌ଆଇ, ସିମ୍ବିଓସିସ୍‌ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି, ଏନ୍‌ଆଇଏଫ୍‌ଟି ଏବଂ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ ଭଳି ସଂସ୍ଥା ପକ୍ଷରୁ ଏହି କେସ୍‌ ଷ୍ଟଡିଗୁଡ଼ିକୁ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe