ଏଣିକି ହ୍ବାଟ୍‌ସଆପ୍‌ ବ୍ୟବହାର ଲାଗି ଦେବାକୁ ପଡ଼ିପାରେ ଟଙ୍କା

Advertisment
ଏଣିକି ହ୍ବାଟ୍‌ସଆପ୍‌ ବ୍ୟବହାର ଲାଗି ଦେବାକୁ ପଡ଼ିପାରେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଥିବାର ସୂଚନା ରହିଛି। କେବଳ ଭାରତରେ ଏହାର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ୪୦ କୋଟିରୁ ଅଧିକ। ଯଦି ଆପଣଙ୍କୁ ହ୍ବ‌ାଟ୍‌ସଆପ୍‌ ବ୍ୟବହାର କରିବାକୁ ଟଙ୍କା ଦେବାକୁ ପଡ଼େ ତ? ସରକାର ଏବେ ଇଣ୍ଡିଆନ୍‌ ଟେଲି କମୁନିକେସନ୍‌ ବିଲ୍‌, ୨୦୨୨ର ଡ୍ରାଫ୍ଟ ପ୍ରସ୍ତୁତ କରି ସାରିଛନ୍ତି। ଦୂର ସଞ୍ଚାର ବିଭାଗରେ ଏବେ ଏହି ବିଲ୍‌ ସମସ୍ତଙ୍କ ପାଇଁ ଉପଲବ୍ଦ। ଯଦି ବିଲ୍‌ଟି ପାସ୍‌ ହୁଏ ତ ଦୂର ସଞ୍ଚାର ବିଭାଗ ଏହି ବିଲ୍‌ ଅନୁସାରେ ଚାଲିବ। ଏହି ବିଲ୍‌ରେ କିଛି ନୂଆ କ‌ଥା ସାମିଲ୍‌ ହୋଇଛି।

ବିଲ୍‌ ଅନୁସାରେ ହ୍ବାଟ୍‌ସଆପ୍‌, ସ୍କାଇପ୍‌, ଜୁମ୍‌, ଟେଲିଗ୍ରାମ୍‌ ଏବଂ ଗୁଗୁଲ୍‌ ଡୁଓ ଆଦି କଲିଂ ଏବଂ ମେସେଜିଂ ସେବା ପାଇଁ ଲାଇସେନ୍ସ କରିବାକୁ ହେବ। ଏହାକୁ ଭାରତରେ ଅପ୍‌ଡେଟ୍‌ କରିବାକୁ ଟେଲିକମ୍‌ କମ୍ପାନି ପରି ଅପ୍‌ଡେଟ୍‌ କରିବାକୁ ପଡ଼ିବ। ସେହିପରି ଓଟିଟି ପ୍ଲାଟ୍‌ଫର୍ମକୁ ବି ନୂଆ ଟେଲିକମ୍‌ ବିଲ୍‌ରେ ସାମିଲ୍‌ କରାଯାଇଛି।

ଏହି କାରଣରୁ ଅନୁମାନ କରାଯାଉଛି କି ହ୍ବାଟ୍‌ସଆପ୍‌ ଓ ଅନ୍ୟ କଲିଂ ଏବଂ ମେସେଜିଂ ସେବା ପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ିପାରେ। କାରଣ ଏହି ଆପ୍‌କୁ ଅପରେଟ୍‌ କରିବାକୁ ଲାଇସେନ୍ସର ଆବଶ୍ୟକତା ରହିଛି। ମାତ୍ର ଏହି ଲାଇସେନ୍ସ  କିପରି ମିଳିବ ଓ ହ୍ବ‌ାଟ୍‌ସଆପ୍‌ ସମେତ ଅନ୍ୟ ଆପ୍‌ଗୁଡ଼ିକୁ ବ୍ୟବହାର କରିବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe