ଧାରା ୩୭୦ ଓ ସିଏଏ ଆନ୍ଦୋଳନ ଯୋଗୁଁ ଇଣ୍ଟରନେଟ୍ ବନ୍ଦ ପାଇଁ ଘଣ୍ଟାକୁ ଅଢ଼େଇ କୋଟି କ୍ଷତି ସହୁଛନ୍ତି ଟେଲିକମ୍ କମ୍ପାନି

ଓଡ଼ିଶା ହେବ ଆଇଟି ପେଣ୍ଠସ୍ଥଳ, ବ୍ୟାପକ ନିଯୁକ୍ତି ସୁଯୋଗ: ମନ୍ତ୍ରୀ

Odisha Sun Times

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନାଗରିକତା ସଂଶୋଧନ ଆଇନ ସଂସଦରେ ଗୃହୀତ ହେବା ପରେ ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ହିଂସା ସୃଷ୍ଟି ହୋଇଛି। ହିଂସାକୁ ରୋକିବା ପାଇଁ ପ୍ରଶାସନ ବିଭିନ୍ନ ସମୟରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଇଣ୍ଟରନେଟ୍ ବନ୍ଦର ବଡ଼ ଧରଣ ପ୍ରଭାବ ଟେଲିକମ୍ କମ୍ପାନି ଗୁଡ଼ିକ ଉପରେ ପଡ଼ୁଛି। ସେମାନେ ଘଣ୍ଟାକୁ ପ୍ରାୟ ଅଢ଼େଇ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଭାରତୀୟମାନେ ସେମାନଙ୍କ ସ୍ମାର୍ଟଫୋନରେ ମାସିକ ହାରାହାରି ୯.୮ ଗିଗାବାଇଟ୍‌ ଡାଟା ବ୍ୟବହାର କରନ୍ତି। ସାରା ବିଶ୍ବରେ ଏହା ସର୍ବାଧିକ। ଫେସବୁକ୍ ଏବଂ ହ୍ବାଟ୍‌ସ୍‌ଆପ୍ ପାଇଁ ଭାରତ ଏକ ବଡ଼ ବଜାର। ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ସିଓଏଆଇ) ପକ୍ଷରୁ କୁହାଯାଇଛି ଆନ୍ଦୋଳନବେଳେ ଇଣ୍ଟରନେଟ୍‌କୁ ପ୍ରଥମେ ବନ୍ଦ କରାଯିବା ଉଚିତ ନୁହେଁ। ଇଣ୍ଟରନେଟ୍ ବନ୍ଦ ଯୋଗୁ ଟେଲିକମ୍‌ କମ୍ପାନି ଗୁଡ଼ିକ ଘଣ୍ଟାକୁ ୨.୪୫ କୋଟି ଟଙ୍କା କ୍ଷତି ସହୁଛନ୍ତି ବୋଲି ସିଓଏଆଇର ମହାନିର୍ଦ୍ଦେଶକ ରଞ୍ଜନ ମାଥ୍ୟୁ କହିଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଟେଲିକମ୍‌ କମ୍ପାନି ଗୁଡ଼ିକ କଠିନ ସମୟ ଦେଇ ଗତି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe