Advertisment

ଆପ୍ଟିପ୍ଲସ୍‌ରେ ଓଏଏସ୍‌ ୨୦୨୩ ପାଇଁ ସାକ୍ଷାତ୍‌କାର ପ୍ରୋଗ୍ରାମ

Advertisment

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ୨୦୨୩ର ସାକ୍ଷାତକାର ପାଇଁ ୮୦୬ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ରୁ ଏହା ଆରମ୍ଭ ହେଉଥିବା ବେଳେ....

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ୨୦୨୩ର ସାକ୍ଷାତକାର ପାଇଁ ୮୦୬ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ରୁ ଏହା ଆରମ୍ଭ ହେଉଥିବା ବେଳେ....

Untitled-7

ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ୨୦୨୩ର ସାକ୍ଷାତକାର ପାଇଁ ୮୦୬ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ରୁ ଏହା ଆରମ୍ଭ ହେଉଥିବା ବେଳେ ଆପ୍ଟିପ୍ଲସ୍‌ରେ ଏଥିପାଇଁ ଚଳିତ ମାସ ୨୬ରୁ ସାକ୍ଷାତ୍‌କାର ପ୍ରୋଗ୍ରାମ ଆରମ୍ଭ ହୋଇଛି। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ନାମଲେଖା ଚାଲିଛି। ଏଥିରେ ବାୟୋଡାଟା ଅନୁଶୀଳନ ସହ ଓଡ଼ିଶାର ସାମ୍ପ୍ରତିକ ଘଟଣାବଳୀ ଉପରେ ପାଠ୍ୟ ଉପକରଣ ଦିଆଯାଉଛି।

ଏହି ମକ୍ ସାକ୍ଷାତ୍‌କାର ପ୍ରୋଗ୍ରାମରେ ପ୍ୟାନେଲ୍ ସଦସ୍ୟ ଭାବେ ପୂର୍ବତନ ଓପିଏସ୍‌ସି ବୋର୍ଡ ସଦସ୍ୟ, ଅବସରପ୍ରାପ୍ତ ପ୍ରଶାସକ ଓ ମନସ୍ତତ୍ବବିତ୍‌ ରହିବେ। ତ୍ରୁଟି ସୁଧାରିବା ଲାଗି ଛାତ୍ରଛାତ୍ରୀଙ୍କୁ ଭିଡିଓ ରେକର୍ଡିଂ ଦିଆଯିବ। ୱାନ୍ ଟୁ ୱାନ୍ ମକ୍ ସାକ୍ଷାତକାରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଓଏଏସ୍‌ ପରୀକ୍ଷା ୨୦୨୨ରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଆପ୍ଟିପ୍ଲସ୍‌ର ୭ ଜଣ ଛାତ୍ରଛାତ୍ରୀ ରହିଥିଲେ। ବିଭିନ୍ନ ପ୍ରୋଗ୍ରାମର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଆପ୍ଟିପ୍ଲସ୍‌ରେ ବର୍ତ୍ତମାନ ସ୍ନାତକ ପଢ଼ୁଥିବା ଓ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇଏଏସ୍ ଓ ଓଏଏସ୍‌ ଇଣ୍ଟିଗ୍ରେଟେଡ୍ କୋର୍ସ ସହ ଆଡ୍‌ଭାନ୍ସଡ୍ ଲେବଲ୍ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ପାଠପଢ଼ାଉଥିବା ବେଳେ ଆବଶ୍ୟକ ପାଠ୍ୟ ପୁସ୍ତକ, ପାଠାଗାର ଓ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ ସୁବିଧା ରହିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ସଫଳତା ଜାରି ରଖିବାକୁ ଆପ୍ଟିପ୍ଲସ୍ ସଂକଳ୍ପବଦ୍ଧ ବୋଲି ଏହାର ନିର୍ଦ୍ଦେଶକ ଡ. ସୁସିଜିତ ସାହୁ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe