ନୂଆଦିଲ୍ଲୀ: କିଛି ଦିନ ହେବ ଉପଭୋକ୍ତାଙ୍କ ଅଧିକ ଚାହିଦାରେ ଥିବା ମେସେଜିଂ ଆପ୍ ହ୍ବାଟସ ଆପ୍ ଏକ ନୂଆ ଫିଚର ଉପରେ କାମ କରୁଥିଲା। ଏହି ଫିଚରକୁ ଡିସଆପରିୟରିଂ ମେସେଜ କୁହାଯାଉଛି। ଏହାକୁ କମ୍ପାନି ଅଧିକାରୀକ ଭାବେ ଲଞ୍ଚ କରି ଦେଇଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଉପଭୋକ୍ତାଙ୍କୁ ଏହି ଫିଚର ପାଇଁ ସୋଲ ଆଉଟ କରାଯିବ। ଡିସଆପରିୟରିଂ ଫିଚର ଆପଣଙ୍କ ଫୋନକୁ ଆସିଗଲେ ପୁରୁଣା ମେସେଜ ଓ ଚାଟ ଉପଭୋକ୍ତାଙ୍କ ଫୋନରୁ ଆପଣାଛାଏଁ ଡିଲିଟ ହୋଇଯିବ ବୋଲି କୁହାଯାଉଛି।
/sambad/media/post_attachments/3957072ad723cf8ab9bd1061351f7bcc393ad9c5d5fb4b83b76222538f747848.jpg)
ହ୍ବାଟସ ଆପ ଫେସବୁକର ଅଧିକାରୀକ ଟୁଇଟର ଆକାଉଣ୍ଟ ଜରିଆରେ ନିଜର ଏହି ନୂଆ ଡିସଆପରିୟରିଂ ମେସେଜ ଫିଚର ଲଞ୍ଚ ହେବା ସୂଚନା ସେୟାର କରିଛି। ଡିସଆପରିୟରିଂ ମେସେଜ ଫିଚରର ସ୍ବତନ୍ତ୍ରତା ହେଉଛି ଆପଣଙ୍କ ହ୍ବାଟସଆପକୁ ଆସୁଥିବା ମେସେଜ ୭ଦିନ ଭିତରେ ଆପଣାଛାଏଁ ଡିଲିଟ ହୋଇଯିବ। ଏହା ଅବିକଳ ଜିମେଲ, ଟେଲିଗ୍ରାମ ଓ ସ୍ନାପଚାଟରେ ଥିବା ମହଜୁଦ ଫିଚର ଭଳି କାମ କରିବ। ଯଦି ଆପଣ ଏହି ପ୍ଲାଟଫର୍ମର ଉପଯୋଗ କରୁଛନ୍ତି ତବେ ଡିସଆପରିୟରିଂ ଫିଚର କ’ଣ ତାହା ଭଲ ଭାବେ ଜାଣିଥିବେ।
ଆପଣ ହ୍ବାଟସ ଆପରେ ଯଦି ଏହି ଫିଚରକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ହ୍ବାଟସ ଆପ ଆକାଉଣ୍ଟକୁ ଯାଇ ଏହାକୁ ଆକ୍ଟିଭ କରିବାକୁ ପଡ଼ିବ। ଯଦି ଆପଣ ଡିସଆପରିୟରିଂ ଫିଚରକୁ ଅନ କରିବେ ତେବେ ଚାଟ ୭ଦିନ ଭିତରେ ଫୋନରୁ ଆପଣାଛାଏଁ ଡିଲିଟ ହୋଇଯିବ। ତେବେ ଆପଣ ଯଦି ଚାଟକୁ ଡିଲଟ ନକରିବାକୁ ଚାହିଁବେ ତେବେ ଏହି ଫିଚରକୁ ଅଫ କରି ଦେବାର ବିକଳ୍ପ ବି ବାଛି ପାରିବେ। ଏହି ଫିଚର ୱାନ ଟୁ ୱାନ ଚାଟ ପାଇଁ ଉପଲବ୍ଧ ହେବ। ସେହିପରି ଏହି ଫିଚର ଗ୍ରୁପଚାଟରେ ଗ୍ରୁପର ଆଡମିନ ଆୟତ୍ତରେ ରହିବ।
Follow Us