ଜୟପୁର: ରାଜସ୍ଥାନ ସରକାରଙ୍କ ନିବେଶକ ସମ୍ମିଳନୀ ଇନଭେଷ୍ଟ ରାଜସ୍ଥାନର ୨୦୨୨ ସଂସ୍କରଣ ଅକ୍ଟୋବର ୭ ଓ ୮ ତାରିଖରେ ଜୟପୁରରେ ଅନୁଷ୍ଠିତ ହେବ। ପୂର୍ବ ସଂସ୍କରଣରେ ଆସିଥିବା ୧୦.୪୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ପୁଞ୍ଜିନିବେଶ ଆସିବ ବୋଲି ରାଜ୍ୟ ସରକାର ଆଶାବାଦୀ ରହିଛନ୍ତି। ଏ ସମ୍ପର୍କରେ ରାଜସ୍ଥାନର ଶିଳ୍ପ ମନ୍ତ୍ରୀ ଶକୁନ୍ତଳା ରାୱତ କହିଛନ୍ତି ଯେ ଏଥର ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ୩୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ପର୍ଯ୍ୟଟନ, ଏନ୍ଆର୍ଆଇ, ଏମ୍ଏସ୍ଏମ୍ଇ, ଏଗ୍ରି ବିଜନେସ୍ ଓ ଷ୍ଟାର୍ଟଅପ୍ କ୍ଷେତ୍ରର ପ୍ରତିନିଧିମାନେ ଆସିବେ। ସି କେ ବିର୍ଲା ଗ୍ରୁପ୍ର ସି କେ ବିର୍ଲା, ଇଣ୍ଡିଆନ ହୋଟେଲ୍ସର ପୁନିତ ଚଟ୍ୱାଲ୍, ଟାଟା ପାୱାରର ପ୍ରବୀର ସିହ୍ନା, ଭଲ୍ଭୋ ଗ୍ରୁପ୍ର କମଳ ବାଲି, ଡି ସି ଏମ୍ ଶ୍ରୀରାମ୍ର ଅଜୟ ଶ୍ରୀରାମ, ଟୟୋଟା କିର୍ଲୋସ୍କରର ବିକ୍ରମ କିର୍ଲୋସ୍କର, ବେଦାନ୍ତର ଅନିଲ ଅଗ୍ରୱାଲ, ସେଣ୍ଟ୍ ଗୋବେନର ବି ସନ୍ଥନାମ, ଆଇଟିସିର ସଞ୍ଜୀବ ପୁରୀ ଓ ଜେସିବିର ଗ୍ରେମ୍ ମ୍ୟାକ୍ଡୋନାଲ୍ଡ ଆଦି ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଘୋଷଣା କରିବା ଲାଗି ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜସ୍ଥାନ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us