ନିବେଶକ ହରାଇଲେ ୨ ଲକ୍ଷ କୋଟି, ସେନ୍‌ସେକ୍ସ ୪୯୧ ପଏଣ୍ଟ୍‌ ଖସିଲା

Advertisment
ନିବେଶକ ହରାଇଲେ ୨ ଲକ୍ଷ କୋଟି, ସେନ୍‌ସେକ୍ସ ୪୯୧ ପଏଣ୍ଟ୍‌ ଖସିଲା

ମୁମ୍ବାଇ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଲଢ଼େଇ ଆଗକୁ ଜୋରଦାର ହେବାର ଆଶଙ୍କା କରି ଆଜି ଷ୍ଟକ ବଜାରରେ ନିବେଶକମା‌ନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେଇଛନ୍ତି। ଏହାର ପ୍ରଭାବରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୪୯୧ ପଏଣ୍ଟ୍ ହ୍ରାସ ପାଇ ୩୮,୯୬୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏକ ମାସ ପରେ ସେନ୍‌ସେକ୍ସ ପୁଣି ଥରେ ୩୯ ହଜାର ପଏଣ୍ଟରୁ ତଳ ସ୍ତରକୁ ଖସିଆସିଛି। ସେନ୍‌ସେକ୍ସରେ ଆଜି ହୋଇଥିବ ହ୍ରାସ ଯୋଗୁ ନିବେଶକମାନେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛନ୍ତି। ବମ୍ବେ ଷ୍ଟକ ବଜାରରେ ପଞ୍ଜୀକୃତ ହୋଇଥିବା ସବୁ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ (ମାର୍କେଟ କ୍ୟାପିଟାଲାଇଜେସନ) ୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧,୫୦,୦୯,୩୨୯ କୋଟି ଟଙ୍କାକୁ ହ୍ରାସ ପାଇଛି।

ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଓଏନ୍‌ଜିସି, ବେଦାନ୍ତ ଓ ସନ୍ ଫାର୍ମା ଅଧିକ ପ୍ରଭାବିତ ହୋଇଥିବା ବେଳେ ୟସ୍‌ ବ୍ୟାଙ୍କ, କୋଲ୍ ଇଣ୍ଡିଆ ଓ ଇନ୍‌ଫୋସିସ୍‌ ଲାଭରେ ରହିଛନ୍ତି। ଷ୍ଟକ ବଜାର କାରବାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ନିବେଶକମାନଙ୍କ ଉପରେ ଏବେ ଉଭୟ ଦେଶ ଭିତରୁ ଓ ବାହାରୁ ଚାପ ପଡ଼ୁଛି। ‌ଭାରତରେ ମୌସୁମୀ ଆସିବାରେ ବିଳମ୍ବ ହେବା, ଆନ୍ତର୍ଜାତିକ ସ୍ତରରେ ରାଜନୈତିକ-ଭୌଗଳିକ ସମସ୍ୟା ଏବଂ ଅଶୋଧିତ ତେଲ ଦରରେ ହେଉଥିବା ବୃଦ୍ଧି ନିବେଶକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଗକୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା କରି ସେମାନେ ନିଜ ପାଖରେ ଥିବା ସେୟାରଗୁଡ଼ିକୁ ବିକିଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe