Photograph: (Corporate Finance Institute)
ଭୁବନେଶ୍ବର: ସାଂପ୍ରତିକ ଅର୍ଥନୈତିକ ସ୍ଥିତିରେ ନିବେଶକମାନେ ଏଭଳି ସମାଧାନ ଖୋଜୁଛନ୍ତି ଯେଉଁଥିରେ ଉଭୟ ସ୍ଥିରତା ଏବଂ ପାରଦର୍ଶିତା ଥିବ। ପାରମ୍ପରିକ ନିବେଶଗୁଡ଼ିକ ସୁରକ୍ଷା ଏବଂ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ରଖୁଥିବାବେଳେ ଇନକମ୍ ପ୍ଲସ୍ ଆର୍ବିଟ୍ରେଜ୍ ଫଣ୍ଡ୍ ଅଫ୍ ଫଣ୍ଡ୍ସ (ଏଫ୍ଓଏଫ୍ଏସ୍) ମ୍ୟୁଚୁଆଲ ଫଣ୍ଡ୍ ନିବେଶକମାନଙ୍କ ପାଇଁ ଏକ ହାଇବ୍ରିଡ୍ ଆଭିମୁଖ୍ୟ ଥିବା ସୁଯୋଗ ପ୍ରଦାନ କରେ। ଏଥିରେ ଡେବ୍ଟ ଓ ଆର୍ବିଟ୍ରେଜ୍ ଷ୍ଟ୍ରାଟେଜି ଦକ୍ଷତାର ମିଶ୍ରଣ ମିଳେ। ନଗଦ ଅର୍ଥ, ଟିକସ ଏବଂ ପୁଞ୍ଜି ସଂରକ୍ଷଣ ଜନିତ ଲାଭ ସହିତ ମଧ୍ୟମ ଅବଧି ପାଇଁ ଲକ୍ଷ୍ୟ ରଖି ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ପସନ୍ଦ ବୋଲି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ୍ର ମୁଖ୍ୟ (ଫିକ୍ସଡ ଇନକମ୍) ଦେବାଙ୍ଗ ଶାହ ମତ ଦେଇଛନ୍ତି।
ତାଙ୍କ ମତରେ ଇନକମ୍ ପ୍ଲସ ଆର୍ବିଟ୍ରେଜ ଫଣ୍ଡ୍ ଅଫ୍ ଫଣ୍ଡ୍ସ ହେଉଛି ଏଭଳି ଏକ ଫଣ୍ଡ ଯାହାର ୬୫% ପର୍ଯ୍ୟନ୍ତ ଅର୍ଥ ମୁଖ୍ୟତଃ ଡେବ୍ଟ ଫାଣ୍ଠିରେ ନିବେଶ ହୋଇଥାଏ ଏବଂ ଅବଶିଷ୍ଟ ପାଣ୍ଠି ଆର୍ବିଟ୍ରେଜ ଫଣ୍ଡ୍ରେ ନିବେଶ ହୋଇଥାଏ। ୨ରୁ ୫ ବର୍ଷ ପାଇଁ ନିବେଶ କରୁଥିବା ନିବେଶକଙ୍କ ପାଇଁ ଏହା ଭଲ ବୋଲି ବିବେଚନା କରାଯାଇଥାଏ। ଇକ୍ବିଟିରେ ବଡ଼ଧରଣର ରିସ୍କ ନନେଇ ଯେଉଁମାନେ ସେମାନଙ୍କ ଫିକ୍ସଡ ଇନକମ୍ ନିବେଶକୁ ବ୍ୟାପକ କରିବାକୁ ଚାହାନ୍ତି ଏହା ସେମାନଙ୍କ ପାଇଁ ଏକ ଭଲ ନିବେଶ ବିକଳ୍ପ। ଖୁଚୁରା ନିବେଶକମାନେ ବର୍ତ୍ତମାନର ଅସ୍ଥିର ସୁଧ ହାର, ବୈଶ୍ବିକ ଅନିଶ୍ଚିତତାକୁ ଦୃଷ୍ଟିରୁ ନିବେଶ ରଣନୀତିକୁ ଅଧିକ ଧ୍ୟାନର ସହ କରିବାର ଆବଶ୍ୟକତା ରହିଛି । ନିବେଶକଙ୍କୁ ଏଥିରେ ଅନେକ ପ୍ରକାରର ସୁବିଧା ମିଳିଥାଏ। ବର୍ତ୍ତମାନର ଜଟିଳ ଏବଂ ପୂର୍ବାନୁମାନ କରାଯାଇ ପାରୁ ନଥିବା ଆର୍ଥିକ ବଜାର ସ୍ଥିତିରେ ଇନକମ୍ ପ୍ଲସ୍ ଆର୍ବିଟ୍ରେଜ୍ ଫଣ୍ଡ୍ ଅଫ୍ ଫଣ୍ଡ୍ସ ଏକ ବୁଦ୍ଧିମାନ ନିବେଶ ସୁବିଧା ପ୍ରଦାନ କରିଥାଏ। ଡେବ୍ଟର ସ୍ଥିରତା ଏବଂ ଆର୍ବି୍ଟ୍ରେଜ୍ର ପାରଦର୍ଶିତାର ମିଶ୍ରଣ ଏଥିରେ ଦେଖିବାକୁ ମିଳିଥାଏ। ଅଧିକ ବିପଦ କିମ୍ବା ଜଟିଳତା ନଆଣି ସଂପତ୍ତି ସୃଷ୍ଟିର ଏକ ସନ୍ତୁଳିତ ରାସ୍ତା ଏହା ପ୍ରଦାନ କରେ। ଯେଉଁ ନିବେଶକମାନେ ସେମାନଙ୍କ ଫିକ୍ସଡ ଇନକମ୍କୁ ବ୍ୟାପକ କରିବାକୁ ଚାହାନ୍ତି, ମଧ୍ୟମ ଅବଧି ପାଇଁ ଲକ୍ଷ୍ୟ ରଖି ନିବେଶ କରନ୍ତି ଏବଂ ନିବେଶକୁ ଅଧିକ ସୁରକ୍ଷିତ ରଖିବାକୁ ଚାହାନ୍ତି ସେମାନେ ଏହାକୁ ଗମ୍ଭୀରତାର ସହ ବିକଳ୍ପ ଭାବେ ବିଚାର କରିପାରିବେ ବୋଲି ଶ୍ରୀ ଶାହ କହିଛନ୍ତି।
Follow Us