ମୁମ୍ବାଇ: ଆଜିକୁ ମିଶାଇ ଦୁଇ ଦିନରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୭୯୩ ପଏଣ୍ଟ୍ ତଳକୁ ଖସିଆସିଛି। ଆଜି (ଶୁକ୍ରବାର) ସେନ୍ସେକ୍ସ ୫୬୦ ପଏଣ୍ଟ୍ ହ୍ରାସ ପାଇ ୩୮,୩୩୭ ପଏଣ୍ଟ୍ରେ ବନ୍ଦ ହୋଇଛି। ନିବେଶକଙ୍କୁ ଟିକସ ରିହାତି ନମିଳିବା, କଂପାନିଗୁଡ଼ିକର ଆର୍ଥିକ ଫଳାଫଳ ଖରାପ ରହିବା ଆଦି ବିଭିନ୍ନ ବିଷୟ ବିଚାରକୁ ନେଇ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେଇଛନ୍ତି। ଆଜି ଅଟୋମୋବାଇଲ୍ ଓ ବ୍ୟାଙ୍କଗୁଡ଼ିକର ସେୟାରକୁ ନିବେଶକମାନେ ଅଧିକ ମାତ୍ରାରେ ବିକ୍ରି କରିଥିଲେ। ବିଗତ ଦୁଇ ଦିନରେ ସେନ୍ସେକ୍ସରେ ହୋଇଥିବା ହ୍ରାସ ଯୋଗୁ ନିବେଶକମାନେ ୩.୭୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି।
ନିବେଶକ ହରାଇଲେ ୩.୭୯ ଲକ୍ଷ କୋଟି
Advertisment
Follow Us