ନିବେଶକଙ୍କୁ ୨.୨୫ ଲକ୍ଷ କୋଟି ଲାଭ, ସେନସେକ୍ସରେ ୬୩୪ ପଏଣ୍ଟ୍‌ ବୃଦ୍ଧି

Advertisment

ତେଲ, ସୁନା ଦାମ୍‌ ବି କମିଲା

ତେଲ, ସୁନା ଦାମ୍‌ ବି କମିଲା

ନିବେଶକଙ୍କୁ ୨.୨୫ ଲକ୍ଷ କୋଟି ଲାଭ, ସେନସେକ୍ସରେ ୬୩୪ ପଏଣ୍ଟ୍‌ ବୃଦ୍ଧି

ନୂଆଦିଲ୍ଲୀ/ମୁମ୍ବାଇ: ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦ‌ରେ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା ହ୍ରାସ ପାଇଥିବାରୁ ବିଶ୍ବବ୍ୟାପୀ ଷ୍ଟକ୍‌ ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଖବରର ପ୍ରଭାବରେ ଅଶୋଧିତ ତେଲ ଓ ସୁନା ଦାମ୍ ମଧ୍ୟ ହ୍ରାସ ପାଇଛି।

publive-image

ଆଜି ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ୬୩୫ ପଏଣ୍ଟ୍‌ ବୃଦ୍ଧି ପାଇ ୪୧,୪୫୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେଥିପାଇଁ ନିବେଶକମାନଙ୍କୁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କାର ଲାଭ ମିଳିଛି। ଇକ୍ବିଟି ବଜାର ଲାଗି ଗୁରୁବାର ଏକ ବହୁତ ଭଲ ଦିନ ଥିଲା। ଆମେରିକା-ଇରାନ ବିବାଦ ଥମିବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ବଜେଟ୍‌କୁ ନେଇ ଆଶା ମଧ୍ୟ ବଢ଼ିଯାଇଛି। ଏହି ଦୁଇଟି ବିଷୟ ବିଚାରକୁ ନେଇ ନିବେଶକମାନେ ଆଜି ବିଭିନ୍ନ କଂପାନିର ସେୟାରକୁ ଅଧିକ ମାତ୍ରାରେ କିଣିବା ଯୋଗୁ ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ଘଟିଛି। ଆମେରିକା ଓ ଇରାନ୍‌ ମଧ୍ୟରେ ବିବାଦ ଦେଖାଦେବା ପରଠାରୁ ଷ୍ଟକ୍‌ ବଜାରର ସୂଚୀ କ୍ରମାଗତ ଭାବେ ହ୍ରାସ ପାଉଥିଲା। ଏହା ସହିତ ତିନି ଦିନ ଭିତରେ ସୁନା ଦାମ୍ ୨୦୦୦ ଟଙ୍କା, ରୁପା ୧୭୦୦ ଟଙ୍କା ବଢ଼ିଥିଲା। ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ମଧ୍ୟ ୭୦ ଡଲାରରୁ ଅଧିକ ହୋଇଯାଇଥିଲା।ଆଜି ଅଶୋଧିତ ତେଲ ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍‌ ୬୫.୭୦ ଡଲାରକୁ ହ୍ରାସ ପାଇଛି। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍‌ସ ପିଛା ଦାମ୍ ୧୬୦୦ ଡଲାରରୁ ହ୍ରାସ ପାଇ ୧୫୫୯ ଡଲାର ହୋଇଯାଇଛି। ଏହାର ପ୍ରଭାବରେ ଦେଶ ଭିତରେ ସୁନାର ଦାମ୍ ମଧ୍ୟ ୪୧ ହଜାର ଟଙ୍କାରୁ କମ୍ ହୋଇଥିବା ଜଣାପଡ଼ିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଧ୍ୟ ବେଶ ସୁଦୃଢ଼ ହୋଇଛି। ଡଲାର ମୂଲ୍ୟ ୭୧ ଟଙ୍କା ୫୯ ପଇସାକୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe