ସେନ୍‌ସେକ୍ସ ୬୩୪ ପଏଣ୍ଟ୍‌ ଖସିଲା : ନିବେଶକ ହରାଇଲେ ୨ ଲକ୍ଷ କୋଟି

Advertisment
ସେନ୍‌ସେକ୍ସ ୬୩୪ ପଏଣ୍ଟ୍‌ ଖସିଲା : ନିବେଶକ ହରାଇଲେ ୨ ଲକ୍ଷ କୋଟି

The Financial Express

ମୁମ୍ବାଇ : ଶୁକ୍ରବାର ସେୟାର ବଜାର ନିବେଶକଙ୍କ ପାଇଁ ଖରାପ ଦିନ ଥିଲା। କାରବାର ଆରମ୍ଭ ହେବା ମାତ୍ରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍‌ସ ୬୫୦ ପଏଣ୍ଟ୍‌ ହ୍ରାସ ପାଇଥିଲା। ନ୍ୟାସନାଲ୍ ଷ୍ଟକ ବଜାରର ନିଫ୍‌ଟି ମଧ୍ୟ ୨୦୦ ପଏଣ୍ଟ୍‌ ତଳକୁ ଖସିଯାଇଥିଲା। ବଜାରରେ ଏଭଳି ବଡ଼ ଧରଣର ହ୍ରାସ ହୋଇଥିବାରୁ ନିବେଶକମାନଙ୍କୁ ୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଆମେରିକାର ସେୟାର ବଜାରରେ କାରବାର ମାନ୍ଦା ରହିବାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଥିଲା। ଆମେରିକାର ଡାଓ ଜୋନ୍ସ ୮୦୭ ପଏଣ୍ଟ୍‌ ହ୍ରାସ ପାଇ ୨୮,୨୯୩ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ନାସ୍‌ଦାକ୍‌ ମଧ୍ୟ ୫୯୮ ପଏଣ୍ଟ୍‌ ହ୍ରାସ ପାଇ ୧୧,୪୫୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏସ୍‌ଆଣ୍ଡ୍‌ପି ୫୦୦ରେ ୧୨୫ ପଏଣ୍ଟ୍‌ର ହ୍ରାସ ଘଟିଥିଲା। ଆମେରିକା ଷ୍ଟକ ବଜାରରେ ଏଭଳି ସ୍ଥିତିକୁ ଦେଖି ବିଶ୍ବର ଅନ୍ୟ ଦେଶର ଷ୍ଟକ ବଜାର ନିବେଶକମାନେ ଭୟଭୀତ ହୋଇପଡ଼ିଥିଲେ। ଆଗକୁ ବଡ଼ ଧରଣର ବିପଦ ଆସୁଥିବା ଆଶଙ୍କା କରି ସେମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି କରି ଯେତିକି ଲାଭ ମିଳୁଛି ତାହା ହାସଲ କରିବାକୁ ଉଦ୍ୟମ କରିଥିଲେ। ଭାରତରେ ମଧ୍ୟ ସମାନ ପ୍ରତିଫଳନ ଦେଖିବାକୁ ମିଳିଥିଲା। ଅନେକ ନିବେଶକ ନିଜ ସେୟାରକୁ ବିକ୍ରି କରିଥିଲେ। ସେଥିପାଇଁ ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର ବନ୍ଦ ତୁଳନାରେ ଶୁକ୍ରବାର ସେନ୍‌ସେକ୍ସ ୬୩୪ ପଏଣ୍ଟ୍‌ ହ୍ରାସ ପାଇ ୩୮,୩୫୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe