HW English
ମୁମ୍ବାଇ: ଗତ ଦୁଇ ଦିନ ଧରି ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍ସେକ୍ସ ହ୍ରାସ ପାଉଥିବାରୁ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ଗତକାଲି ୮୬୬ ପଏଣ୍ଟ୍ ହ୍ରାସ ପାଇଥିବା ସେନ୍ସେକ୍ସରେ ଆଜି ଆଉ ୩୬୫ ପଏଣ୍ଟ୍ ହ୍ରାସ ହୋଇଛି। ସେନ୍ସେକ୍ସ ଆଜି ୫୪,୪୭୦ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ଦୁଇ ଦିନରେ ହୋଇଥିବା ହ୍ରାସ ଯୋଗୁଁ ଷ୍ଟକ ବଜାରରେ ନିବେଶକମାନେ ୭.୭୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଶ୍ବର ବିଭିନ୍ନ ଦେଶର ଷ୍ଟକ ବଜାରରେ କାରବାର ମାନ୍ଦା ରହିବା ଓ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ସେନ୍ସେକ୍ସରେ ହ୍ରାସ ପାଉଛି।
Follow Us