ପାରାଦୀପରେ ଆଇଓସିଏଲ୍‌ ନିବେଶ କରିବ ଆଉ ୧୨୬୮ କୋଟି

Advertisment

ସ୍ଥାପନ ହେବ ନିଡଲ କୋକର ୟୁନିଟ୍‌, କମ୍ପାନି ବୋର୍ଡ ଦେଲା ମଞ୍ଜୁରି

ସ୍ଥାପନ ହେବ ନିଡଲ କୋକର ୟୁନିଟ୍‌, କମ୍ପାନି ବୋର୍ଡ ଦେଲା ମଞ୍ଜୁରି

ପାରାଦୀପ ତୈଳ ବିଶୋଧନାଗାରରେ ନିବେଶ କରିବ ରୁଷିଆ

Odisha News Insight

ନୂଆଦିଲ୍ଲୀ : ଭାରତୀୟ ତୈଳ ନିଗମ ଲିମିଟେଡ(ଆଇଓସିଏଲ୍‌) ପକ୍ଷରୁ ପାରାଦୀପରେ ଆଉ ୧୨୬୮ କୋଟି ଟଙ୍କା ନିବେଶ କରାଯିବ। କମ୍ପାନି ପାରାଦୀପସ୍ଥିତ ତୈଳ ବିଶୋଧନାଗାର ପରିସରରେ ଏକ ନିଡଲ୍‌ କୋକର ୟୁନିଟ୍‌ ସ୍ଥାପନ ପାଇଁ ଏହି ଅର୍ଥ ନିବେଶ କରିବ। ଏହି ୟୁନିଟ୍ ସ୍ଥାପନ ପାଇଁ କମ୍ପାନିର ବୋର୍ଡ ପ୍ରଥମ ପର୍ଯ୍ୟାୟ ମଞ୍ଜୁରି ପ୍ରଦାନ କରିଛି। କମ୍ପାନି ଏହାର ନିଜସ୍ବ ଗବେଷଣା ଓ ବିକାଶ ବିଭାଗର ପ୍ରଯୁକ୍ତିକୁ ଉପଯୋଗ କରି ଏହି ପ୍ଲାଣ୍ଟ କରିବ। ଏହି ପ୍ଲାଣ୍ଟର ବାର୍ଷିକ କାଲସିନେଟେଡ ନିଡଲ୍ କୋକ୍ (ସିଏନ୍‌ସି) ଉତ୍ପାଦନ କ୍ଷମତା ୫୬ କେଟିପି ରହିବ।

ସିଏନ୍‌ସି ଉତ୍ପାଦନ ଫଳରେ ଇଣ୍ଡିଆନ୍ ଅଏଲ ଏହି ଉତ୍ପାଦ ବର୍ଗରେ ପ୍ରଥମ ଥର ପାଇଁ ପ୍ରବେଶ କରିବ। ଗ୍ରାଫାଇଟ୍ ଇଲେକ୍ଟ୍ରୋଡ୍‌ ଉତ୍ପାଦନ କରିବାରେ ସିଏନସିର ଉପଯୋଗ କରାଯାଇଥାଏ। ଇସ୍ପାତ କାରଖାନର ଇଲେକ୍ଟ୍ରିକ ଆର୍କ ଫର୍ଣ୍ଣେସ ନିର୍ମାଣରେ ଏହାର ଉପଯୋଗିତା ରହିଛି। ପିଓଏଲ୍ ବ୍ୟବସାୟରେ ରହିଥିବା ଅନିଶ୍ଚିତତାକୁ ଦୂର କରିବାରେ ଏହି ନୂଆ ୟୁନିଟ୍ ସହାୟକ ହେବ ବୋଲି ଇଣ୍ଡିଆନ୍ ଅଏଲର ଅଧ୍ୟକ୍ଷ ଏସ୍‌ ଏମ୍‌ ବୈଦ୍ୟ କହିଛନ୍ତି। ପ୍ରସ୍ତାବିତ ୟୁନିଟ୍ ଯୋଗୁ ପାରାଦୀପ ତୈଳ ବିଶୋଧନାଗାରର ଲାଭ ବୃଦ୍ଧି ପାଇବ। ଏଥିସହିତ ଭାରତରେ ଆବଶ୍ୟକ ହେଉଥିବା ଏହି ନୂଆ ଉତ୍ପାଦକୁ ଇଣ୍ଡିଆନ ଯୋଗାଇବାକୁ ସକ୍ଷମ ହେବ। ଦେଶରେ ବର୍ତ୍ତମାନ ବର୍ଷକୁ ୮୦ରୁ ୧୦୦ କେଟିପିର ନିଡଲ୍ କୋକ୍‌ର ଆବଶ୍ୟକତା ରହିଥାଏ। ଏହାକୁ ସମ୍ପୂର୍ଣ୍ଣ ଭାବେ ଆମଦାନି କରାଯାଇ ଏବେ ପୂରଣ କରାଯାଉଛି। ପାରାଦୀପ ତୈଳ ବିଶୋଧନାଗାରରେ ଉକ୍ତ ଉତ୍ପାଦର ଉତ୍ପାଦନ ହେବା ଦ୍ବାରା ଆମଦାନି କମିବ ଏବଂ ଆତ୍ମନିର୍ଭରତା କ୍ଷେତ୍ରରେ ଭାରତ ଆଗକୁ ବଢ଼ିବ ବୋଲି ଶ୍ରୀ ବୈଦ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe