କୋଲକାତା: ୨୦୨୩ ମସିହାକୁ ସକୁଜ ସଂକଳ୍ପକୁ ସୁଦୃଢ଼ କରିବାର ବର୍ଷ ଭାବେ ଘୋଷଣା କରିଛି। ପଶ୍ଚିମବଙ୍ଗରେ ଏଥିପାଇଁ କମ୍ପାନି ଅନେକ ପଦକ୍ଷେପ ହାତକୁ ନେଇଛି। ଚଳିତ ଆର୍ଥିକବର୍ଷର ପ୍ରଥମ ୯ ମାସରେ କମ୍ପାନି ରାଜ୍ୟରେ କରିଥିବା ନିବେଶ ଏବଂ ପୁଞ୍ଜିବ୍ୟୟ ସଂପର୍କରେ ଆଇଓସିଏଲର ଇଡି ତଥା ପଶ୍ଚିମବଙ୍ଗ ରାଜ୍ୟ ମୁଖ୍ୟ ଏଲ୍କେଏସ୍ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଦୂଷଣ ହ୍ରାସ ନେଇ କମ୍ପାନିର ଲକ୍ଷ୍ୟ ନିଟ୍ ଜିରୋ ଷ୍ଟ୍ରାଟେଜି ସଂପର୍କରେ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ସିଜିଏମ(ଆଇବି) ହିମାଂଶୁ ରଞ୍ଜନ, ସିଜିଏମ(ଏଲପିଜି) ସବ୍ୟସାଚୀ ମୁଖାର୍ଜୀ, ଜିଏମ୍(ସିସି-ଇଆର୍) କୃଷ୍ଣେନ୍ଦୁ ଚୌଧୁରୀ ଏବଂ ଜିଏମ୍(ଆର୍ଏସ୍) ମାନସ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଆଇଓସିଏଲ୍ର ସବୁଜ ପଦକ୍ଷେପ
Advertisment
Follow Us