କଳା ବଜାରରେ କମଳା ଫୋନ୍‌: ଆଇଫୋନ୍‌-୧୭ ପାଇଁ ଅତିରିକ୍ତ ଦେୟ ଦେଉଛନ୍ତି ଗ୍ରାହକ

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଇଫୋନ୍-୧୭ ଲଞ୍ଚ୍‌ ହୋଇସାରିଛି। ଏହି ଭାରିଆଣ୍ଟ୍‌ର କମଳା ରଂଗ ପାଲଟିଛି ସଭିଙ୍କ ପ୍ରିୟ। ଯୁବପିଢ଼ିକୁ ବାୟା କରିଛି କମଳା ରଂଗ। କମଳା ରଂଗ ଏତେ ଘାରିଛି ଯେ ଏହି ‌ଫୋନ୍‌ ପାଇଁ ଗ୍ରାହକ କଳା ବଜାରୀ କରିବାକୁ ବି ପଛାଉ ନାହାନ୍ତି।

New Project (23)

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଇଫୋନ୍-୧୭ ଲଞ୍ଚ୍‌ ହୋଇସାରିଛି। ଏହି ଭାରିଆଣ୍ଟ୍‌ର କମଳା ରଂଗ ପାଲଟିଛି ସଭିଙ୍କ ପ୍ରିୟ। ଯୁବପିଢ଼ିକୁ ବାୟା କରିଛି କମଳା ରଂଗ। କମଳା ରଂଗ ଏତେ ଘାରିଛି ଯେ ଏହି ‌ଫୋନ୍‌ ପାଇଁ ଗ୍ରାହକ କଳା ବଜାରୀ କରିବାକୁ ବି ପଛାଉ ନାହାନ୍ତି। ଅର୍ଥାତ ବ୍ଲାକ୍‌ରେ ବିକ୍ରି ହେଉଛି ‘ଆଇଫୋନ୍‌-୧୭’। 

‘ଆଇଫୋନ୍‌-୧୭’ ପ୍ରେମୀମାନେ ଏହି ରଂଗକୁ "ଭଗୱା"  ବୋଲି ବି କହୁଛନ୍ତି। କମଳା ରଂଗରେ ଦୁଇଟି ଆଇଫୋନ୍‌ ଏବେ ବଜାରରେ ଉପଲବ୍ଧ। ଗୋଟାଏ ହେଉଛି ‘ଆଇଫୋନ୍‌-୧୭ ପ୍ରୋ’ ଏବଂ ଅନ୍ୟଟି ହେଉଛି ‘ଆଇଫୋନ୍‌-୧୭ ପ୍ରୋ ମାକ୍ସ’। ବଜାର‌ରୁ ଉଭୟ ଫୋନ୍‌ର ଷ୍ଟକ୍‌ ସରିଯାଉଛି। ଷ୍ଟକ୍‌ ସରିଯାଉଛିର ମାନେ ନୁହେଁ ଯେ ଉପଲବ୍ଧ ନୁହେଁ। ଫୋନ୍‌ଟି ଉପଲବ୍ଧ ରହୁଛି। ମାତ୍ର ତାହାକୁ ପାଇବାକୁ ହେଲେ କ୍ରେତାଙ୍କୁ ଦେବାକୁ ପଡ଼ିବ ଅଧିକ ଦେୟ।

ସେଗୁଡ଼ିକୁ ଫୋନ୍ ଡିଲର୍ ଦ୍ୱାରା ଗଚ୍ଛିତ କରାଯାଉଛି। ଯେଉଁ ଗ୍ରାହକମାନେ ତୁରନ୍ତ "ଭଗୱା ଆଇଫୋନ୍‌" ଚାହାଁନ୍ତି ସେମାନେ ଅତିରିକ୍ତ ଦେୟ ଦେଇ ନେଉଛନ୍ତି। ଏହା ଏକ ପ୍ରକାରର କଳାବଜାରୀ। 

ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଲଞ୍ଚ୍‌ ହେବାର ପୂର୍ବ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବାର ଖବର ବି ଆସିଥିଲା। 

ତେବେ ନୂଆ ଲଞ୍ଚ ହୋଇଥିବା ଆଇଫୋନ୍-୧୭ରେ ଭିନ୍ନ ଭିନ୍ନ ଫିଚର ଥିବା ଗ୍ରାହକ କହିଛନ୍ତି । ବ୍ୟାଟେରୀ ଏବଂ କ୍ୟାମେରାରେ ପୂର୍ବ ଭର୍ସନ ଠାରୁ ଅନେକ ଫରକ ଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe