ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଚା’ ଓ ଖାଦ୍ୟ ମହଙ୍ଗା ହେଲା, ଜାଣନ୍ତୁ ଖାଦ୍ୟର ନୂଆ ଦର ତାଲିକା

Advertisment
ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଚା’ ଓ ଖାଦ୍ୟ ମହଙ୍ଗା ହେଲା, ଜାଣନ୍ତୁ ଖାଦ୍ୟର ନୂଆ ଦର ତାଲିକା

Business Today

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍‌ରୁ ଖାଦ୍ୟ ମଗାଇ ଖାଉଥାଆନ୍ତି ତେବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଇଆରସିଟିସି ପକ୍ଷରୁ ନୂଆ ମେନ୍ୟୁ କାର୍ଡ ବିଷୟରେ ସୂଚନା ଦିଆଯାଇଛି।

ବିଭିନ୍ନ ମେଲ ଏକ୍ସପ୍ରେସ୍‌ ସମେତ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ଟ୍ରେନ୍‌ରେ ଖାଦ୍ୟ-ପାନୀୟ ମହଙ୍ଗା ହୋଇଯାଇଛି। ଏହି ନୂଆ ମେନ୍ୟୁ କାର୍ଡକୁ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ବି ମିଳିସାରିଛି। ଆଇଆରସିଟିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ...

publive-image aajtak

ଭେଜ-ବ୍ରେକ୍‌ଫାଷ୍ଟ ପାଇଁ ୩୫ ଟଙ୍କା, ନନ୍‌ଭେଜ -ବ୍ରେକ୍‌ଫାଷ୍ଟ ପାଇଁ ୪୫ଟଙ୍କା ଦେବାକୁ ପଡ଼ିବ। ଅଣ୍ଡା କଢ଼ି ଓ ଚିକେନ୍‌ କଢ଼ିର ମୂଲ୍ୟ- ୮୦ଟଙ୍କାରୁ ୧୨୦ ଟଙ୍କା ହୋଇଯାଇଛି। ସେହିପରି ୩୫୦ଗ୍ରାମ୍‌ ଭେଜ ବିରିୟାନୀ, ଅଣ୍ଡା, ବିରିୟାନୀ ଓ ଚିକେନ୍‌ ବିରିୟାନୀର ମୂଲ୍ୟ କ୍ରମଶଃ- ୭୦ରୁ ୧୦୦ଟଙ୍କା ହୋଇଯାଇଛି। ଦୂରନ୍ତ ସ୍ଲିପର କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏଣିକି ଜଳଖିଆ ପାଇଁ ୬୫ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ ୧୨୦ଟଙ୍କା ଓ ସନ୍ଧ୍ୟା ୩୫୦ଗ୍ରାମ୍‌ ସ୍ନାକ୍ସ ପାଇଁ ୫୦ଟଙ୍କାରେ ଦେବାକୁ ପଡ଼ିବ।

ତେବେ ରେଳରେ ଏଭଳି ଖାଦ୍ୟ ପାନୀୟ ମହଙ୍ଗା ଧନୀକଶ୍ରେଣୀର ଯାତ୍ରୀଙ୍କୁ କୌଣସି ପ୍ରଭାବ ପକାଉ ନଥିବା ବେଳେ ମଧ୍ୟବିତ୍ତ ଓ ନିମ୍ନର ଶ୍ରେଣୀ ଲୋକମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। କିଛି ଯାତ୍ରୀ ବି ରେଳବାଇର ଏଭଳି ନୂଆ ଖାଦ୍ୟ-ପାନୀୟ ତାଲିକା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe