ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ଆଇଆର୍‌ସିଟିସି

Advertisment
ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ଆଇଆର୍‌ସିଟିସି

Times Now

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ଶାଖା ଆଇଆର୍‌ସିଟିସି ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। କୋଭିଡ୍‌ ପୂର୍ବରୁ ଆଇଆର୍‌ସିଟିସି ଦିନକୁ ପ୍ରାୟ ୨୦ ହଜାର ଇ-କ୍ୟାଟରିଂ ବରାଦ ଗ୍ରହଣ କରୁଥିଲା। ମାତ୍ର ‌କରୋନା କାରଣରୁ ୨୦୨୦ ମାର୍ଚ ୨୨ ତାରିଖ‌ରୁ ଇ-କ୍ୟାଟରିଂ ସେବାକୁ ବନ୍ଦ କରାଯାଇଥିଲା। ଏବେ ପୁଣି ଥରେ ଆସନ୍ତାମାସଠାରୁ ସେହି ସେବାକୁ ଚାଲୁ କରିବା ପାଇଁ ଆଇଆରସିଟିସି ଘୋଷଣା କରିଛି।

ଯାତ୍ରୀବାହୀ ଟ୍ରେନ୍ ସେବା ଧୀରେ ଧୀରେ ସ୍ବାଭାବିକ ହେବା ପରେ ଆଇଆର୍‌ସିଟିସି ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ୍‌ରେ ଇ-କ୍ୟାଟରିଂ ସେବା ପୁନଶ୍ଚ ଆରମ୍ଭ କରିବା ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

publive-image Representational

ଇ-କ୍ୟାଟରିଂ ସେବାର ପ୍ରଥମ ପର୍ଯ୍ୟାୟ ୨୦୨୧ ଫେବ୍ରୁଆରିରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ବଛା ବଛା ୩୦ଟି ରେଳ ଷ୍ଟେସନ୍‌ରେ ପ୍ରାୟ ୨୫୦ ଟ୍ରେନ୍‌କୁ ଏହି ସୁବିଧା ଯୋଗାଇ ଦିଆଯିବ।

ତେବେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସେମାନଙ୍କ ଅଧୀନରେ ଥିବା ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ସେବା ପ୍ରଦାନ ସମୟରେ ପାଳନ କରାଯିବ। ଦେଶର ନିର୍ଦ୍ଦିଷ୍ଟ କେତୋଟି ଷ୍ଟେସନ୍‌ରେ ଖାଦ୍ୟ ଡେଲିଭରି କରାଯିବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ଅପରେଟିଂ ନିର୍ଦ୍ଦେଶ ଅନୁଯାୟୀ ସେବା ପ୍ରଦାନକାରୀ ଗ୍ରାହକଙ୍କୁ ସେବା ଯୋଗାଇ ଦେବେ।

୨୦୧୪ ମସିହାରୁ ରେଳବାଇ ଏହି ଇ-କ୍ୟାଟରିଂ ସେବା ଆରମ୍ଭ କରିଆସୁଛି, ଯାହା ଜରିଆରେ ଯାତ୍ରୀମାନେ ନିଜ ନିଜ ପସନ୍ଦର ଖାଦ୍ୟ ବରାଦ କରିପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe