ସୁନା ଓ ରୁପା ନିମନ୍ତ୍ରଣ କାର୍ଡର ବଢ଼ୁଛି ଚାହିଦା

Advertisment

ନିକଟରେ ଫିରୋଜାବାଦର ଜଣେ ଅଳଙ୍କାର ବ୍ୟବସାୟୀ ରୁପା ଏବଂ ସୁନାକୁ ବ୍ୟବହାର କରି ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି । ଯାହାର ବଜାରରେ ବହୁତ ଚାହିଦା ରହିଛି ବୋଲି ବ୍ୟବସାୟୀ ଜଣକ ଦାବି କରି କହିଛନ୍ତି।

ନିକଟରେ ଫିରୋଜାବାଦର ଜଣେ ଅଳଙ୍କାର ବ୍ୟବସାୟୀ ରୁପା ଏବଂ ସୁନାକୁ ବ୍ୟବହାର କରି ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି । ଯାହାର ବଜାରରେ ବହୁତ ଚାହିଦା ରହିଛି ବୋଲି ବ୍ୟବସାୟୀ ଜଣକ ଦାବି କରି କହିଛନ୍ତି।

କମ

ଫିରୋଜାବାଦ: ବିବାହରେ ଲୋକମାନେ ନିମନ୍ତ୍ରଣ ପତ୍ରକୁ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି । ତେଣୁ ଲୋକେ ସୁନ୍ଦର ଓ ଆକର୍ଷଣୀୟ ନିମନ୍ତ୍ରଣ କାର୍ଡ ଛାପିବା ପାଇଁ ବିବାହର ଅନେକ ଦିନ ଆଗରୁ ଯୋଜନା କରିଥାଆନ୍ତି।  
ସାଧାରଣତଃ ଲୋକେ କାଗଜରେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥାଆନ୍ତି। ନିକଟରେ ଫିରୋଜାବାଦର ଜଣେ ଅଳଙ୍କାର ବ୍ୟବସାୟୀ ରୂପା ଏବଂ ସୁନାକୁ ବ୍ୟବହାର କରି ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି । ଯାହାର ବଜାରରେ ବହୁତ ଚାହିଦା ରହିଛି ବୋଲି ବ୍ୟବସାୟୀ ଜଣକ ଦାବି କରି କହିଛନ୍ତି।
 
ଫିରୋଜାବାଦର ଆଗ୍ରା ଗେଟ୍ ଠାରେ ଲାଲା ରବିନ୍ଦ୍ର ନାଥ କହ୍ନେୟା ଲାଲଙ୍କ ଅଳଙ୍କାର ଦୋକାନ ଅଛି। ଲାଲା ରବିନ୍ଦ୍ର କହିଛନ୍ତି, ‘ ଲୋକମାନେ ଟଙ୍କା ଖର୍ଚ୍ଚ କରି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ତିଆରି କରିଥାଆନ୍ତି। ବିବାହ ଶେଷ ହୋଇଗଲେ କାର୍ଡକୁ ଯିଏ ଯେଉଁଆଡେ ପାଇଲେ ଫିଙ୍ଗି ଦେଇଥାଆନ୍ତି। ଏହାର ଆଉ କୌଣସି ମୂଲ୍ୟ ରହି ନଥାଏ।

ଚଳିତଥର ସୁନା ଓ ରୁପାରେ ତିଆରି ହୋଇଥିବା ବିବାହ କାର୍ଡ ଖୁବ ଚର୍ଚ୍ଚାରେ ରହିଛି। ଲୋକେ ଏହାକୁ ହଳିଦିଆ କାର୍ଡ ଭାବେ ବ୍ୟବହାର କରୁଛନ୍ତି। ହଳଦିଆ କାର୍ଡ ହେଉଛି ବିବାହ ସ୍ଥିର ହୋଇଯିବା ପରେ କନ୍ୟାପକ୍ଷ ହଳଦିଆ କାର୍ଡ ନେଇ ପୁଅ ଘରକୁ ନିମନ୍ତ୍ରଣ ଦେବାକୁ ଯାଇଥାଆନ୍ତି। ତେବେ ବିବାହ ଶେଷ ହୋଇଗଲେ ବିବାହ ନିମନ୍ତ୍ରଣ କାର୍ଡର ଆଉ କୌଣସି ମହତ୍ତ୍ବ ରହି ନଥାଏ।

‘ମୋ ମତରେ ବିବାହ ନିମନ୍ତ୍ରଣ କାର୍ଡକୁ ସ୍ମତି କରି ରଖିବା ଉଚିତ। ତେବେ ବିବାହ କାର୍ଡଟି କାଗଜରେ ତିଆରି ହୋଇଥିବାରୁ କିଛିଦିନ ଗଲାପରେ ନଷ୍ଟ ହୋଇଯାଇଥାଏ। ଏଭଳି କ୍ଷେତ୍ରରେ ଲୋକେ ଏହି ସୁନା ଓ ରୁପାରେ ତିଆରି ନିମନ୍ତ୍ରଣ କାର୍ଡକୁ ଖୁବ ପସନ୍ଦ କରିବା ସହିତ ତିଆରି ପାଇଁ ଅର୍ଡର ବି ଦେଉଛନ୍ତି।’  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe