ଏୟାରଟେଲ ଲଞ୍ଚ୍‌ କଲା ୨୮୯ଟଙ୍କାର ପ୍ଲାନ୍‌: ୪୮ଦିନ ପର୍ଯ୍ୟନ୍ତ ମାଗଣା କଲିଂ ସୁବିଧା ସହିତ ମିଳିବ ଏତିକି ଡାଟା

Advertisment
ଏୟାରଟେଲ ଲଞ୍ଚ୍‌ କଲା ୨୮୯ଟଙ୍କାର ପ୍ଲାନ୍‌: ୪୮ଦିନ ପର୍ଯ୍ୟନ୍ତ ମାଗଣା କଲିଂ ସୁବିଧା ସହିତ ମିଳିବ ଏତିକି ଡାଟା

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନି ଏୟାରଟେଲ ୨୮୯ଟଙ୍କାର ନୂଆ ପ୍ଲାନ୍‌ ଲଞ୍ଚ କରିଛି। କମ୍ପାନିର ଏହି ପ୍ଲାନ୍‌ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ରହିଛି । ପ୍ରତି ପ୍ଲାନ୍‌ ଭଳି ଏଥିରେ ଅସୀମିତ କଲ ମିଳିବ। କିନ୍ତୁ ଏହି ପ୍ଲାନ୍‌ରେ ମିଳୁଥିବା ଡାଟା ବହୁତ କମ୍‌ ରହିଛି। କମ୍ପାନି ଏହି ପ୍ଲାନ୍‌ ସମସ୍ତ ସର୍କଲ୍‌ ପାଇଁ ଜାରି କରିଛି। ଏହି ପ୍ଲାନ୍‌ ଜରିଆରେ ୧୦୦ଏସ୍‌ଏମ୍‌ଏସ୍‌ ପ୍ରତିଦିନ ମିଳିବ। ୪୮ଦିନର ଭେଲିଡିଟି ଥିବା ଏହି ପ୍ଲାନ୍‌ କେବଳ ଗୋଟିଏ ଜିବି ଡାଟା ମିଳିବ। କିଛିଦିନ ତଳେ ଭୋଡାଫୋନ୍‌ ବି ଏଭଳି ପ୍ଲାନ୍‌ ଆଣିଥିଲା।

ଏୟାରଟେଲ ଭଳି ଭୋଡାଫୋନ୍‌ ୨୭୯ର ଏହି ପ୍ଲାନ୍‌ ଲଞ୍ଚ କରିଛି। ଭୋଡାଫୋନ୍‌ ଏହି ପ୍ୟାକ୍‌ର ବୈଧତା ୮୪ଦିନ ପର୍ଯ୍ୟନ୍ତ ରହିଛି। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ଅସୀମିତ କଲ ସହିତ ୧୦୦ଟି ମେସେଜ ମିଳିବ। କିନ୍ତୁ ଇଣ୍ଟରନେଟ ବ୍ୟବହାରରେ ଲଗାମ୍‌ ଲଗାଇବାକୁ ପଡ଼ିବ। ଭୋଡାଫୋନ୍‌ ଏହି ପ୍ୟାକ୍‌ରେ କେବଳ ୪ଜିବି ଡାଟା ଦେଇଛି। ଆଇଡିଆ ୨୯୫ର ପ୍ୟାକ୍‌ ଲଞ୍ଚ କରିଥିଲା। ଯେଉଁଥିରେ ଅସୀମିତ କଲ ସହିତ ୧୦୦ଏସ୍‌ଏମ୍‌ଏସ୍‌ ପ୍ରତିଦିନ ମିଳିବ। ଡାଟା ମାମଲାରେ ଏୟାରଟେଲ ଓ ଭୋଡାଫୋନ୍‌ ପରିସ୍ଥିତି ଆଇଡିଆରେ ବି ଦେଖିବାକୁ ମିଳିବ। ୮୪ଦିନର ବୈଧତା ଥିବା ଏହି ପ୍ଲାନ୍‌ରେ ୫ଜିବି ଡାଟା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe