ଆପଣ କଥା ହେଉଥିବା କୌଣସି ଜିନିଷର ବିଜ୍ଞାପନ ବିନା ସର୍ଚରେ ବି ଫୋନ୍‌ରେ ଦିଶୁଛି କି?

Advertisment
ଆପଣ କଥା ହେଉଥିବା କୌଣସି ଜିନିଷର ବିଜ୍ଞାପନ ବିନା ସର୍ଚରେ ବି ଫୋନ୍‌ରେ ଦିଶୁଛି କି?

ମୁମ୍ବାଇ: କ’ଣ ଗୁଗୁଲ୍‌ ଆପଣଙ୍କ ବ୍ୟକ୍ତିଗତ କଥା ଶୁଣିଥାଏ? ଆପଣଙ୍କ ବି କେତେ ଥର ଅନୁଭବ କରିଥିବେ ଯେ, ‌ଯେଉଁ ବିଷୟରେ ଆପଣ କାହା ସହ କଥା ହୋଇଥିବେ ସେହି ବିଜ୍ଞାପନ ଗୁଗୁଲ୍‌ ଆପଣଙ୍କୁ ଦେଖାଇଥିବ। ଏହାର କାରଣ ସ୍ପଷ୍ଟ ହୋଇନି ଯଦିଓ, ଏ ନେଇ ଅନେକ ଅଭିଯୋଗ ଆସିଛି। ଅନେକ ଅଭିଯୋଗକାରୀ ଅଭିଯୋଗ ଆଣିଛନ୍ତି ଯେ ଆମେ ଗୁଗୁଲ୍‌ ସର୍ଚ ନକରି ମଧ୍ୟ କେଉଁ ଜିନିଷ ବିଷୟରେ କେବଳ କଥା ହୋଇଥିଲେ ବି ସେହି ଜିନିଷର ବିଜ୍ଞାପନ ବାରମ୍ବାର ସାମ୍ନାକୁ ଆସିଯାଏ। ଏହା କିପରି ହେଉଛି ଓ କାହିଁକି ହେଉଛି। ତାମାନେ କ’ଣ ଗୁଗୁଲ୍‌ରେ ଏପରି କିଛି ଚୋରା କାରବାର ଅଛି, ଯାହା ବ୍ୟବହାରକାରୀଙ୍କ କଥାରୁ ବି ତଥ୍ୟ ସଂଗ୍ରହ କରୁଛି?

ଜଣେ ବ୍ୟବହାରକାରୀଙ୍କ ଦାବି‌ ହେଉଛି କି ସେ ତାଙ୍କ ବନ୍ଧୁଙ୍କ ସହ ନୂଆ କାର୍‌ କିଣିବା ବିଷୟରେ କଥା ହେଉଥିଲେ। ପରଦିନ ତାଙ୍କ ଫୋନ୍‌ରେ କାର୍‌ ବିଜ୍ଞାପନ ଦେଖିବାକୁ ମିଳିଥିଲା। ୨୦୧୬ ମସିହାରେ ବିବିସିର ଜଣେ ରିପୋର୍ଟର ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ‌ଯେ ସେ ତାଙ୍କର ଜ‌ଣେ ବନ୍ଧୁଙ୍କ କାର୍‌ ଦୁର୍ଘଟଣା ଖବର ପାଇ ସେ ବିଷୟରେ କଥା ହେବାର କିଛି ସମୟ ମଧ୍ୟରେ ତାଙ୍କ ଫୋନ୍‌ରେ ସେହି ଦୁର୍ଘଟଣା ସଂପର୍କିତ ତଥ୍ୟ ଦେଖିବାକୁ ମିଳିଥିଲା।


ପ୍ରତିଦିନ କେହି ନା କେହି ବ୍ୟବହାରକାରୀ ଏହି ଅଭିଯୋଗ ଆଣିଥାନ୍ତି ଯେ ଗୁଗୁଲ୍‌ ତାଙ୍କ କଥା ଶୁଣୁଛି। ହୋଇପାରେ ଏପରି ବାରମ୍ବାର ଘଟିବା ଏକ ସଂଯୋଗ, ମାତ୍ର ବ୍ୟବହାରକାରୀ ତାହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଗୁଗୁଲ୍‌ର ପ୍ରାଇଭେସି ପଲିସ୍‌ ମୁତାବକ ଦେଖିବାକୁ ଗଲେ, କମ୍ପାନି ବ୍ୟବହାରକାରୀଙ୍କ କୌଣସି ତଥ୍ୟଙ୍କୁ ତାଙ୍କ ଅନୁମତି ବିନା ସଂଗ୍ରହ କରିପାରିବ ନାହିଁ। ମାତ୍ର ଆମେ ସମେସ୍ତ ଜାଣନ୍ତି ଯେ ଗୁଗୁଲ୍‌ ଓ ଫେସ୍‌ବୁକ୍‌ ପରି କମ୍ପାନି ବିଜ୍ଞାପନ ପାଇଁ ବ୍ୟବହାରକାରୀଙ୍କ ଆବଶ୍ୟକତା ଉପରେ ତୀକ୍ଷ୍ମ ନଜର ରଖିଥାନ୍ତି।

ମାତ୍ର ଗୁଗୁଲ୍‌ ଓ ଫେସ୍‌ବୁକ୍‌ ଉଭୟ ସ୍ପଷ୍ଟ କରିଛନ୍ତି ଯେ ସେମାନେ ବ୍ୟବହାରକାରୀଙ୍କ କଥା ଶୁଣିବା ପରି କୌଣସି ସୁବିଧା ରଖିନାହାନ୍ତି। ହୋଇପାରେ ଏହା ବ୍ୟବହାରକାରୀଙ୍କ ସିଙ୍କ୍‌ ସିଷ୍ଟମ୍‌ ଯୋଗୁ ଏପରି ଘଟୁଛି। ବ୍ୟବହାରକାରୀ ଗୋଟାଏ ଆକାଉଣ୍ଟ୍‌ରେ ବିଭିନ୍ନ ଆଡେ ଡିଭାଇସ୍‌ ଚଳାଉଥିଲେ ବେଳେ ବେଳେ ସେପରି ଘଟିଥାଏ। କେଉଁ ଗୋଟାଏ ଡିଭାଇସ୍‌ରେ ସର୍ଚ କରିଥିଲେ ଅନ୍ୟ ସବୁ ଡିଭାଇସ୍‌ରେ ସେହି ବିଜ୍ଞାପନ ଦେଖାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe