ସୁଧାର ପାଇଁ କରୋନା ସବୁଠୁ ବଡ଼ ଆହ୍ବାନ

Advertisment
ସୁଧାର ପାଇଁ କରୋନା ସବୁଠୁ ବଡ଼ ଆହ୍ବାନ

Image Courtesy of Hindustan Times

ମୁମ୍ବାଇ: କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବ‌ାରୁ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କରୋନାର ପ୍ରଥମ ଲହର ଥମିବା ପରେ ଅର୍ଥନୀତିରେ ଦ୍ରୁତ ସୁଧାର ଆସିଥିଲା। ସ୍ଥିତି ଖୁବ୍‌ଶୀଘ୍ର ସ୍ବାଭାବିକ ହୋଇଯିବ ଆଶା ସଂଚାର ହୋଇଥିଲା। ମାତ୍ର ଚଳିତ ବର୍ଷ କରୋନାର ଦ୍ବିତୀୟ ଲହର ଏହି ସୁଧାର ପ୍ରକ୍ରିୟା ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି ଶକ୍ତିକାନ୍ତ ଭାବୁଛନ୍ତି। ମୁଦ୍ରାନୀତି ସମୀକ୍ଷା ଲାଗି ହୋଇଥିବା ବୈଠକରେ ସେ ଏଭଳି ଚିନ୍ତା ପ୍ରକଟ କରିଥିଲେ। ସେହି ବୈଠକରେ ଯେଉଁ ଆଲୋଚନା ହୋଇଥିଲା ତାହାର ବିସ୍ତୃତ ରିପୋର୍ଟ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe