ଇସ୍ପାତ ଉପରେ ଆମେରିକାର ଆମଦାନୀ ଶୁଳ୍କକୁ ନେଇ ଆଇଏସ୍‌ଏର ଉଦ୍‌ବେଗ

Advertisment

ଇସ୍ପାତ ଆମଦାନୀ ଉପରେ ଆମେରିକା ନେଇଥିବା ଶୁଳ୍କ ଲାଗୁ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍‌ଏ) ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଆଇଏସ୍ଏର ସଭାପତି ତଥା ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍‌ ପାୱାରର...

ଇସ୍ପାତ ଆମଦାନୀ ଉପରେ ଆମେରିକା ନେଇଥିବା ଶୁଳ୍କ ଲାଗୁ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍‌ଏ) ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଆଇଏସ୍ଏର ସଭାପତି ତଥା ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍‌ ପାୱାରର...

ggjgj

ନୂଆଦିଲ୍ଲୀ: ଇସ୍ପାତ ଆମଦାନୀ ଉପରେ ଆମେରିକା ନେଇଥିବା ଶୁଳ୍କ ଲାଗୁ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍‌ଏ) ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଆଇଏସ୍ଏର ସଭାପତି ତଥା ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍‌ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏକ ବିବୃତ୍ତିରେ କହିଛନ୍ତି, ଏହି ପଦକ୍ଷେପ ବିଶ୍ୱ ବାଣିଜ୍ୟକୁ ଆହୁରି ବିପର୍ଯ୍ୟସ୍ତ କରିବା ସହିତ ଇସ୍ପାତ ଶିଳ୍ପ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ।

ତାଙ୍କ ମତରେ ପ୍ରମୁଖ ଇସ୍ପାତ ଆମଦାନୀକାରୀ ଆମେରିକା ଐତିହାସିକ ଭାବେ ଅନେକ କଠୋର ବାଣିଜ୍ୟ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ଇସ୍ପାତ ବିରୋଧରେ ୩୦ରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦ୍ୟତମ ଶୁଳ୍କ ବୃଦ୍ଧି ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଇସ୍ପାତ ରପ୍ତାନି ୮୫% ହ୍ରାସ ପାଇବ। ଭାରତରେ ଇସ୍ପାତ ଆମଦାନୀ ପ୍ରତିବନ୍ଧକ ନଥିବାରୁ ଆମ ଦେଶକୁ ବିଭିନ୍ନ ସ୍ଥାନରୁ ବହୁମାତ୍ରାରେ ଇସ୍ପାତ ପ୍ରବେଶ କରିବ। ମୂଲ୍ୟ ହ୍ରାସ ଠାରୁ ଆରମ୍ଭ କରି ଭାରତୀୟ ଇସ୍ପାତ ଶିଳ୍ପକୁ ଏହା ବିଭିନ୍ନ ପ୍ରକାର ବିପଦରେ ପକାଇବ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି। ଦୀର୍ଘଦିନ ଧରି ଲାଗି ରହିଥିବା ମୂଲ୍ୟାନୁପାତିକ ଶୁଳ୍କ ଏବଂ ପ୍ରତିସ୍ତୂପୀକରଣ ଶୁଳ୍କକୁ ହଟାଇବା ଏବଂ ପ୍ରତିବନ୍ଧକ ମୂଳକ ପଦକ୍ଷେପରୁ ମୁକ୍ତି ପାଇବା ପାଇଁ ତୁରନ୍ତ କୂଟନୈତିକ ପଦକ୍ଷେପ ନେବାକୁ ଆଇଏସ୍‌ଏ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe