ଇସ୍ରାଏଲ ଯୁଦ୍ଧ: ନିବେଶକ ଛାନିଆ, ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର

Advertisment

ଟଙ୍କା ଦୁର୍ବଳ: ମହଙ୍ଗା ହେବ ବିଦେଶ ଭ୍ରମଣ, ପାଠପଢ଼ା

ଟଙ୍କା ଦୁର୍ବଳ: ମହଙ୍ଗା ହେବ ବିଦେଶ ଭ୍ରମଣ, ପାଠପଢ଼ା

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଆଜି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଡଲାର କିଣିବା ଲାଗି ୮୩ ଟଙ୍କା ୩୩ ପଇସା ଗଣିବାକୁ ପଡ଼ୁଛି। ଗତ ଏକ ବର୍ଷ ଭିତରେ ଡଲାରର ଏହା ହେଉଛି ସର୍ବୋଚ୍ଚ ଦାମ୍। ଶେଷ ଥର ଲାଗି ଗତବର୍ଷ ଅକ୍ଟୋବରରେ ଡଲାର ଏଭଳି ଶକ୍ତିଶାଳୀ ସ୍ତର‌ରେ ଥିଲା। ବିଦେଶୀ ନିବେଶକମାନେ ଭାରତରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଥିବା ଟଙ୍କା ଦୁର୍ବଳ ହୋଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଷ୍ଟକ୍‌ ବଜାର କାରବାର ଅସ୍ଥିର ରହିବା ଏବଂ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବା ମଧ୍ୟ ଟଙ୍କାକୁ ଦୁର୍ବଳ କରିବାରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବା ବେଳକୁ ଡଲାର ଦାମ୍ ୮୩ ଟଙ୍କା ୨୬ ପଇସା ଥିଲା। କାରବାର ଚାଲିଥିବା ବେଳେ ଏକ ସମୟରେ ଗୋଟିଏ ଡଲାର କିଣିବା ଲାଗି ୮୩ ଟଙ୍କା ୩୫ ପଇସା ଗଣିବାକୁ ପଡ଼ିଥିଲା। କାରବାର ଶେଷ ବେଳକୁ ଡଲାର ଦାମ୍ ୮୩ ଟଙ୍କା ୩୩ ପଇସା ଥିଲା। ଗତକାଲି ଡଲାର ଦାମ୍ ୮୩ ଟଙ୍କା ୨୪ ପଇସା ଥିଲା। ସେୟାରଖାନ୍‌ର ରିସର୍ଚ୍ଚ ଆନାଲିଷ୍ଟ୍‌ ଅନୁଜ ଚୌଧୁରୀଙ୍କ ମତରେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇ ୮୩ ଟଙ୍କା ୬୦ ପଇସା ଭଳି ସ୍ତରକୁ ଖସିବ। ଡଲାର ତୁଳନାରେ ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ବୈଦେଶିକ ମୁଦ୍ରାର ଏକ ବିଶାଳ ଭଣ୍ଡାର ରହିଛି ଯାହା ବିଶ୍ବର ଅନ୍ୟତମ ବୃହତ୍ତମ। ବଜାରରେ ଡଲାର ମହଙ୍ଗ‌ା ହେଲେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ତାହାକୁ କମ୍ ଦାମ୍‌ରେ ଉପଲବ୍ଧ କରାଇଥାଏ ଯାହା ଫଳରେ ଡଲାର ମୂଲ୍ୟରେ ସୁଧାର ହୁଏ। ତେଣୁ ଟଙ୍କାକୁ ସବଳ କରିବା ଲାଗି ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼ିବ ବୋଲି କୁହାଯାଇପାରେ। ଅତୀତରେ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି।

ଟଙ୍କା ଦୁର୍ବଳ: ମହଙ୍ଗା ହେବ ବିଦେଶ ଭ୍ରମଣ, ପାଠପଢ଼ା

ଭାରତୀୟ ଅର୍ଥନୀତି ଉପରେ ଡଲାର ମୂଲ୍ୟର ବଡ଼ ପ୍ରଭାବ ରହିଛି। ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିବାର ଶକ୍ତି ଡଲାର ପାଖରେ ରହିଛି। ଖାଇବା ତେଲଠାରୁ ଆରମ୍ଭ କରି ଛୋଟ ମୋଟ ଯନ୍ତ୍ରାଂଶ ପର୍ଯ୍ୟନ୍ତ ବହୁ ସାମଗ୍ରୀକୁ ଭାରତ ଆମଦାନି ଜରିଆରେ ପୂରଣ କରୁଛି। ସେସବୁ ଜିନିଷ କିଣିବା ଲାଗି ଡଲାରରେ ପେମେଣ୍ଟ୍‌ କରିବାକୁ ପଡ଼ୁଛି। ଡଲାର ମହଙ୍ଗା ହେଲେ ଆମଦାନି କରାଯାଉଥିବା ସାମଗ୍ରୀ ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଦେଶ ଭିତରେ ତାହା ଅଧିକ ଦାମ୍‌ରେ ପ୍ରବେଶ କଲେ ବଜାରରେ ଅଧିକ ଦାମ୍‌ରେ ବିକ୍ରି ହେବ। ଏହା ଦରଦାମ୍‌ ସ୍ଥିତିକୁ ବେଲଗାମ କରିଦେବ। ଅଶୋଧିତ ତୈଳ, ସୁନା, ଖାଇବା ତେଲ ଓ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ମଧ୍ୟ ଆମଦାନି କରାଯାଉଛି। ସେଗୁଡ଼ିକ ମହଙ୍ଗା ହେଲେ ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହେବେ। ସେହିପରି ବିଦେଶରେ ନିଜ ପିଲାମାନଙ୍କୁ ପାଠପଢ଼ାଉଥିବା ଲୋକମାନଙ୍କୁ ସମାନ କାର୍ଯ୍ୟ ଲାଗି ଅଧିକ ଟଙ୍କା ପଠାଇବାକୁ ପଡ଼ିବ। ବିଦେଶ ଭ୍ରମଣରେ ଗଲେ ଅଧିକ ଖର୍ଚ୍ଚ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe