ଆଇଟି ଶିଳ୍ପକୁ ଫ୍ୟାଟି ଲିଭର୍‌ ସମସ୍ୟା: ୮୪% କର୍ମଚାରୀ ଶିକାର, ୭୧% ମେଦବହୁଳ

Advertisment

ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ଜନସଂଖ୍ୟାର ଏକ ବଡ଼ ଭାଗ କାର୍ଯ୍ୟ କରୁଛନ୍ତି। ଦୀର୍ଘ ସମୟ କମ୍ପ୍ୟୁଟର ସ୍କ୍ରିନ୍‌କୁ ଚାହି କାମ କରିବା,  ପ୍ରବଳ କାମ ଚାପ, କମ୍ ଶାରୀରିକ କାର୍ଯ୍ୟକଳାପ ଆଦି ବିଭିନ୍ନ କାରଣ ଲାଗି ଏହି ଶିଳ୍ପରେ କାର୍ଯ୍ୟ କରୁଥିବେ କର୍ମଚାରୀ...

ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ଜନସଂଖ୍ୟାର ଏକ ବଡ଼ ଭାଗ କାର୍ଯ୍ୟ କରୁଛନ୍ତି। ଦୀର୍ଘ ସମୟ କମ୍ପ୍ୟୁଟର ସ୍କ୍ରିନ୍‌କୁ ଚାହି କାମ କରିବା,  ପ୍ରବଳ କାମ ଚାପ, କମ୍ ଶାରୀରିକ କାର୍ଯ୍ୟକଳାପ ଆଦି ବିଭିନ୍ନ କାରଣ ଲାଗି ଏହି ଶିଳ୍ପରେ କାର୍ଯ୍ୟ କରୁଥିବେ କର୍ମଚାରୀ...

adgccvz

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ଜନସଂଖ୍ୟାର ଏକ ବଡ଼ ଭାଗ କାର୍ଯ୍ୟ କରୁଛନ୍ତି। ଦୀର୍ଘ ସମୟ କମ୍ପ୍ୟୁଟର ସ୍କ୍ରିନ୍‌କୁ ଚାହି କାମ କରିବା,  ପ୍ରବଳ କାମ ଚାପ, କମ୍ ଶାରୀରିକ କାର୍ଯ୍ୟକଳାପ ଆଦି ବିଭିନ୍ନ କାରଣ ଲାଗି ଏହି ଶିଳ୍ପରେ କାର୍ଯ୍ୟ କରୁଥିବେ କର୍ମଚାରୀଙ୍କ ମଧ୍ୟରେ ଫ୍ୟାଟି ଲିଭର୍‌ ସମସ୍ୟା ଗମ୍ଭୀର ରୂପ ଧାରଣ କରିଛି। ତାହା ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଓ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋ‌ଏଣ୍ଟେରୋଲୋଜି ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି।

ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରାୟ ୮୪ ପ୍ରତିଶତ ଆଇଟି କର୍ମଚାରୀ ଫ୍ୟାଟି ଲିଭର୍‌ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ସେଥିପ୍ରତି ଅବହେଳା କରାଯିବ ତେବେ ଆଗାମୀ ଦିନରେ ତାହା ସିରୋସିସ୍ ଓ କ୍ୟାନସର୍‌ ଭଳି ବଡ଼ ରୋଗରେ ପରିଣତ ହେବ। ସେଭଳି ସ୍ତରରୁ ରୋଗୀଙ୍କୁ ବଞ୍ଚାଇବାକୁ ହେଲେ ଯକୃତ ପ୍ରତିରୋପଣ ଦରକାର ପଡ଼ିବ। ୩୦ରୁ ୬୦ ବର୍ଷ ବୟସର ଆଇଟି କର୍ମଚାରୀଙ୍କୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଫ୍ୟାଟି ଲିଭର ହାର ଯଥେଷ୍ଟ ଉଚ୍ଚା ରହିଛି। ୭୧ ପ୍ରତିଶତ କର୍ମଚାରୀ ମେଦବହୁଳତାର ଶିକାର ହୋଇଛନ୍ତି। ୩୪ ପ୍ରତିଶତ କର୍ମଚାରୀଙ୍କ ମେଟାବୋଲିକ୍ ସିଣ୍ଡ୍ରୋମ୍ ରହିଛି ଯାହା ଫ୍ୟାଟି ଲିଭର, ମେଦବହୁଳତା, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ଆଶଙ୍କାକୁ ବଢ଼ାଇଥାଏ।

ଆଇଟି ଶିଳ୍ପରେ ୫୪ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି। ଏହି ଶିଳ୍ପରେ କର୍ମଚାରୀଙ୍କୁ ମୋଟା ଅଙ୍କର ଦରମା ମିଳିଥାଏ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଭିତରେ କ୍ଲାଏଣ୍ଟଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସେମାନଙ୍କୁ ପ୍ରବଳ ଚାପରେ କାମ କରିବାକୁ ହୁଏ। ସେଥିପାଇଁ କର୍ମଚାରୀଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। କର୍ମଚାରୀମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ନିଶ୍ଚିତ କରିବା ଲାଗି ଆଇଟି ଶିଳ୍ପ ଏକ ରଣନୀତି ବିକାଶ କରିବାର ଆବଶ୍ୟକତା ଥିବା ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ସ୍ବାସ୍ଥ୍ୟ ସମସ୍ୟାକୁ ଏଡ଼ାଇାବା ଲାଗି ନିୟମିତ ନିଜ ସ୍ବାସ୍ଥ୍ୟ ଯାଞ୍ଚ କରିବା, ଫ୍ୟାଟି ଲିଡର୍‌ ପାଇଁ ସ୍କ୍ରିନିଂ କରିବା, ଶାରିରୀକ କାର୍ଯ୍ୟକଳାପ କରିବା ଏବଂ କର୍ମ-ଜୀବନରେ ସନ୍ତୁଳନ ରକ୍ଷା କରିବା ଲାଗି ଉଦ୍ୟମ କରିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe