ଟିଡିଏସ୍‌ ୨୫ ହଜାର ଟପିଲେ ଆଇଟିଆର୍‌ ଦାଖଲ ବାଧ୍ୟତାମୂଳକ

Advertisment
ସୁନ୍ଦରଗଡ଼ ଓ ରାଉରକେଲାରେ ଆୟକର ଚଢ଼ଉ

The Financial Express

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିଙ୍କ ବାର୍ଷିକ ଆୟ ଛାଡ଼ ସୀମା ଠାରୁ କମ୍ ଥିବ କିନ୍ତୁ ତାଙ୍କ ବାର୍ଷିକ ଟିଡିଏସ୍ କିମ୍ବା ଟିସିଏସ୍‌ ୨୫ ହଜାର ଟଙ୍କାରୁ ଅଧିକ ହୋଇଥିବ ତେବେ ତାଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଏଭଳି ବ୍ୟକ୍ତିଙ୍କ ପାଇଁ ସରକାର ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲକୁ ବାଧ୍ୟତାମୂଳକ କରିଛନ୍ତି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ବାର୍ଷିକ ଟିଡିଏସ୍/ ଟିସିଏସ୍‌ ୫୦ ହଜାର ଟଙ୍କାରୁ ଅଧିକ ହେଲେ ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ସେହିପରି, ‌ଯେଉଁମାନଙ୍କ ସଞ୍ଚୟ ଖାତାରେ ବର୍ଷକୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଜମା ରାଶି ରହୁଥିବ ସେମାନଙ୍କୁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ହେବ।

‌ଟିକସ ଛାଡ଼ ସୀମା ଠାରୁ କମ୍ ଆୟ ଥିବା‌ କେଉଁ ବ୍ୟକ୍ତିମାନେ ଆୟକର ରିଟର୍ଣ୍ଣ ଦାଖଲ କରିବେ ତାହା ଅର୍ଥ ନିୟମ ୨୦୧୯ର ଧାରା ୧୩୯ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ଧାରାରେ ସରକାର କିଛି ଅତିରିକ୍ତ ସର୍ତ୍ତ ଯୋଡ଼ିଛନ୍ତି। ଗୋଟିଏ ବର୍ଷ ଭିତରେ ଯଦି ମୋଟ ବିକ୍ରି, କାରବାର ଓ ମୋଟ ପ୍ରାପ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ ତେବେ ଆୟକର ରିଟର୍ଣ୍ଣ ନିଶ୍ଚିତ ରୂପେ ଦାଖଲ କରିବାକୁ ହେବ। ପେସାରୁ ବର୍ଷରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ହେଲେ ମଧ୍ୟ ଆୟକର ପଇଠ କରିବାକୁ ହେବ। ଚଳନ୍ତୀ ଖାତାରେ ଏକକାଳୀନ କୋଟିଏ ଟଙ୍କା ଜମା କଲେ, ବିଦେଶ ଯାତ୍ରାରେ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କଲେ କିମ୍ବା ବର୍ଷକୁ ୧ ଲକ୍ଷ ଟଙ୍କାରୁ ଅଧିକ ବିଦ୍ୟୁତ ବିଲ୍ ଦେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଦେଶ‌ରେ ଏଭଳି ବହୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ ମୋଟା ଅଙ୍କର କାରବାରରେ ଲିପ୍ତ ଥିଲେ ମଧ୍ୟ ବାର୍ଷିକ ଆୟ କମ୍ ବୋଲି ଦର୍ଶାଇ ଆୟକର ରିଟର୍ଣ୍ଣ ଦାଖଲ କରୁନାହାନ୍ତି। ସେଭଳି ଟିକସଦାତାମାନଙ୍କୁ ଧରିବା ଲାଗି ସରକାର ଅର୍ଥ ନିୟମରେ ଥିବା ସର୍ତ୍ତକୁ କଡ଼ାକଡ଼ି କରିଛନ୍ତି। କଠୋର ସର୍ତ୍ତାବଳୀ ଲାଗୁ କରାଯାଇଥିବାରୁ ଆଗାମୀ ଦିନରେ ରିଟର୍ଣ୍ଣ ଦାଖଲ ସଂଖ୍ୟାରେ ବୃଦ୍ଧି ହେବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe